fbpx

ସ୍ୱାସ୍ଥ୍ୟ ବିଭାଗର ଆୟୁଷ୍ମାନ ସର୍ତ୍ତ

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ଆୟୁଷ୍ମାନ ଯୋଜନା ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ସର୍ତ୍ତ ରଖିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସର୍ତ୍ତ ମଧ୍ୟରେ ସରକାରୀ ମେଡିକାଲରେ ପରିଚୟ ପତ୍ର ବାଧ୍ୟତାମୂଳକ ନ ହେଉ ବୋଲି କୁହାଯାଇଛି । ସେହିପରି ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ସମସ୍ତଙ୍କୁ ସାମିଲ କରାଯିବା ସହ ଘରୋଇ ହସ୍ପିଟାଲରେ ୭୦ ଲକ୍ଷ ପରିବାରକୁ ବୀମାଭୁକ୍ତ କରିବାକୁ ସର୍ତ୍ତ ରଖାଯାଇଛି । ତେବେ ଆୟୁଷ୍ମାନ ଯୋଜନାରେ ୬୨ ଲକ୍ଷ ପରିବାରକୁ ସାମିଲ କରିବାର ବ୍ୟବସ୍ଥା ରହିଛି । ଏଯାଏ କେନ୍ଦ୍ରରୁ କୌଣସି ଉତ୍ତର ଆସିନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.