fbpx

ଫିଲ୍ମ ‘ଶୁଭ ମଙ୍ଗଳ’ ପୂର୍ବରୁ ଜଣେ ଯୁବକଙ୍କୁ କିସ୍ କରିସାରିଛନ୍ତି ଆୟୁଷ୍ମାନ୍

ମୁମ୍ବାଇ,୯ ।୨: ବଲିଉଡ ଜଗତରେ ଧମାଲ୍ ମଚାଉଛନ୍ତି ଆୟୁଷ୍ମାନ୍ ଖୁରାନା । ୨୦୧୮ରୁ ଆୟୁଷ୍ମାନଙ୍କ ଫିଲ୍ମ ସଫଳତାର ଶୀର୍ଷ ଛୁଇଥିବା ବେଳେ ତାଙ୍କର ‘ବଧାଇ ହୋ’ ସିନେମା ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା । ଅଭିନେତା ହିସାବରେ ଆୟୁଷ୍ମାନ୍ ଏପରି ଫିଲ୍ମ ପ୍ରସ୍ତୁତ କରୁଛନ୍ତି, ଯାହାକୁ ଆଲୋଚନା କରିବାକୁ ଲୋକମାନେ ସଙ୍କୋଚ ମନେକରନ୍ତି ।

ସମ୍ବିଧାନର ଧାରା ୩୭୭ ହଟିବା ପରେ ଏବେ ଏକ ପ୍ରେମ କାହାଣୀ ‘ଶୁଭ ମଙ୍ଗଳ’କୁ ନେଇ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଆୟୁଷ୍ମାନ୍ । ଏଥିରେ ତାଙ୍କ ସହ ଟିଭିଏଫର ଜୀତୁ ଅର୍ଥାତ୍ ଜିତେନ୍ଦ୍ର କୁମାର ନଜର ଆସିବେ । ଦୁଇ ହିରୋଙ୍କ ଏହି ପ୍ରେମ କାହାଣିରେ ବହୁ ହସ-ମଜା ସହ ସମାଜ ପାଇଁ ବଡ ମେସେଜ ରହିଛି ।ଏଥିରେ ଆୟୁଷ୍ମାନ ଓ ଜିତୁଙ୍କ ମଧ୍ୟରେ ପ୍ରେମ ଦେଖିବାକୁ ମିଳୁଛି ।

ତେବେ ଫିଲ୍ମର ଟ୍ରେଲରେ ଆୟୁଷ୍ମାନ୍ ଜିତୁଙ୍କୁ କିସ୍ କରୁଥିବାର ନଜର ଆସିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ଆପଣ ଜାଣିଛନ୍ତି କି, ଫିଲ୍ମ ପୂର୍ବରୁ ଆୟୁଷ୍ମାନ୍ ଜଣେ ଯୁବକଙ୍କୁ କିସ୍ କରିସାରିଛନ୍ତି । ମୁମ୍ବାଇ ମିରର ଖବର ମୁତାବକ, ଏମଟିଭି ରିଆଲିଟି ଶୋ ରୋଡିଜରେ ଟ୍ରୁଥ୍ ଏବଂ ଡେୟାର ଖେଳୁଥିବା ବେଳେ ଜଣେ ସାଥୀ ଖେଳାଳୀଙ୍କୁ କିସ୍ କରିଥିଲେ ଆୟୁଷ୍ମାନ୍ । ଏହା ସହ ଆୟୁଷ୍ମାନ୍ କହିଛନ୍ତି ଯେ, ‘ଜଣେ ପୁଅକୁ ପୁଅ ସହିତ ଓ ଝିଅକୁ ଝିଅ ସହ ପ୍ରେମ ହୋଇପାରେ । ଏହାକୁ ନେଇ କୌଣସି ଫରକ୍ ପଡେନାହିଁ, କାହିଁକି ନା ପ୍ରେମ ତ ପ୍ରେମ ହୋଇଥାଏ ।’

Get real time updates directly on you device, subscribe now.