fbpx

ଯଥାଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱ ଓ ଦେଶ ସମେତ ରାଜ୍ୟ ଓଡ଼ିଶା ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛି । ଏନେଇ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଅନୁରୋଧ କରିଛନ୍ତି । ସେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଯଥାଶୀଘ୍ର ଲାଗୁ କରିବାକୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ରାଜ୍ୟର ସାଧାରଣ ଗରିବ ପରିବାର ସହାୟତା ପାଇପାରିବେ । ସାରାଦେଶରେ ଓଡ଼ିଆଙ୍କ କରୋନା ଚିକିତ୍ସା ପାଇଁ ସହଯୋଗ ଜରୁରୀ ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ସହଯୋଗ କରିବାକୁ ତତ୍ପର ବୋଲି ମଧ୍ୟ ସେ କହିଛନ୍ତି ।

 

Get real time updates directly on you device, subscribe now.