fbpx

ଭାରତ ଉପରେ କରୋନାର ଭବିଷ୍ୟତ ନିର୍ଭର କରୁଛି : WHO

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଂନ ବା ଡବ୍ଲୁଏଚଓ କହିଛି ଯେ, କରୋନା ଭାଇରସକୁ ରୋକିବା ପାଇଁ ଭାରତ ଆକ୍ରମଣାତ୍ମକଭାବେ କାର୍ଯ୍ୟ କରିବା ଉଚିତ୍ । ଡବ୍ଲୁଏଚଓର ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକ ରେଆନ୍ ମାର୍ଚ୍ଚ ୨୩ରେ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତକୁ ନେଇ ସିଧାସଳଖ କହିଛନ୍ତି । ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କେବଳ ଲକ୍-ଡାଉନ୍ ଦ୍ୱାରା ଏହାକୁ ବିଲୋପ କରାଯାଇପାରିବ ନାହିଁ ବୋଲି ପୂର୍ବରୁ ରେଆନ୍ କହିଥଲେ ।

ରେଆନ୍ କହିଛନ୍ତି ଯେ, ଚୀନ୍ ପରି ଭାରତ ଏକ ବଡ ଓ ଜନବହୁଳ ଦେଶ । ଏକ ବୃହତ ଅଞ୍ଚଳ ଓ ଅତ୍ୟଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ କଣ ଘଟିବ , ତାହା ଉପରେ ଏହି ମହାମାରୀର ଭବିଷ୍ୟତ ନିର୍ଭର କରୁଛି । ଏନେଇ ଭାରତକୁ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଜନସ୍ୱାସ୍ଥ୍ୟ ଓ ସମାଜ ସ୍ତରରେ ଏହି ରୋଗକୁ ରୋକିବା ପାଇଁ ଭାରତ କାର୍ଯ୍ୟ କରିବା ଉଚିତ୍ ।’

ଏହା ସହ ସେ କହିଛନ୍ତି ଯେ, ଛୋଟ ପକ୍ସ ଓ ପୋଲିଓକୁ ବିଲୋପ କରିବାକୁ ବିଶ୍ୱକୁ ବାଟ ଦେଖାଇବା ସହ ଟୀକାକରଣକୁ ନେଇ ବଡ କାମ କରିଛି ଭାରତ । ଯଦି ସମାଜ ଓ ସମ୍ପ୍ରଦାୟ ମିଳିତଭାବେ କାର୍ଯ୍ୟ କରନ୍ତି, ତେବେ ଏହି ମହାମାରୀରୁ ବଞ୍ଚିବା ପାଇଁ ଭାରତ ପାଖରେ ଅଧିକ କ୍ଷମତା ରହିଛି ।’

Get real time updates directly on you device, subscribe now.