fbpx

ବାବା ସିଦ୍ଧେଶ୍ୱର ନାଥ ମନ୍ଦିରରେ ଦଳାଚକଟା, ୩ ମହିଳା ସମେତ ୭ ଶ୍ରଦ୍ଧାଳୁ ମୃତ

ପାଟନା: ଶ୍ରାବଣ ସୋମବାର ଦିନ ବଡ଼ ଅଘଟଣ । ବିହାର ଜହାନାବାଦ ସ୍ଥିତ ବାବା ସିଦ୍ଧେଶ୍ୱର ମନ୍ଦିରରେ ଦଳାଚକଟା ଯୋଗୁଁ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣାରେ ପ୍ରାୟ ୩୫ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ପରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ସୂଚନାରୁ ପ୍ରକାଶ ଶ୍ରାବଣ ସୋମବାର ହୋଇଥିବାରୁ ସିଦ୍ଧେଶ୍ୱର ମନ୍ଦିରରେ ବାବା ଭୋଳାନାଥଙ୍କୁ ଜଳାଭିଷେଖ କରିବା ପାଇଁ ରବିବାର ବିଳମ୍ବିତ ରାତିରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହଠାତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲା ପେଲା ହେବା ଯୋଗୁଁ ସୁରକ୍ଷା ରେଲିଂ ଭାଙ୍ଗିଯାଇଥିଲା ଓ ଘଟଣାସ୍ଥଳରେ ଦଳାଚକଟା ହୋଇଥିଲା । ଅପରପକ୍ଷରେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ଡିଏମ୍ ଏବଂ ଏସପି ଘଟଣାସ୍ଥଳ ଗସ୍ତ କରି ସ୍ଥିତି ଉପରେ ନଜର ରଖିଛନ୍ତି । ମୃତକଙ୍କୁ ଚିହ୍ନଟ ପାଇଁ ତଦନ୍ତ ଜାରି ରହିଛି ।

 

Get real time updates directly on you device, subscribe now.