fbpx
BJD SKY
BJD SKY

୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ହେଲା ସତ, ଜାଣନ୍ତୁ କ’ଣ ଥିଲା ସେହି ଭବିଷ୍ୟବାଣୀ

BJD

ନୂଆଦିଲ୍ଲୀ:ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବହୁ କ୍ଷେତ୍ରରେ ସତ ପ୍ରମାଣିତ ହୋଇଛି । ଭାରତରେ ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ବ୍ରିଟେନରେ ବ୍ରେକଜିଟ୍‌କୁ ନେଇ ସେ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ସତ ସାବ୍ୟସ୍ତ ହୋଇଛି ।

ବାବା ଭେଙ୍ଗାଙ୍କ ପ୍ରକୃତ ନାମ ବାଙ୍ଗୋଲିଆ ପାଣ୍ଡେବା ଗୁଶରୋଭା ଥିଲା । ସେ ବୁଲଗେରିଆର ଜଣେ ଫକୀର ଥିଲେ । ୧୯୧୧ରେ ତାଙ୍କର ଜନ୍ମ ହୋଇଥିଲା । ମାତ୍ର ୧୨ ବର୍ଷ ବୟସରେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯାଇଥିଲା । ସେ ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଛନ୍ତି । ୨୦୨୪ ଲାଗି ସେ କରିଥିବା ଅଧିକାଂଶ ଭବିଷ୍ୟବାଣୀ ସତ ହେବାରେ ଲାଗିଛି ।
ସେ ୨୦୨୪ ଲାଗି ଯେଉଁ ଭବିଷ୍ୟବାଣୀ କରିଥିଲେ ସେଥିରେ ଜାପାନ, ବ୍ରିଟେନ ପରି ଦେଶରେ ଆର୍ଥିକ ସଂକଟ, ରୁଷରେ କ୍ୟାନସର ମେଡିସିନ୍ ତିଆରି ହେବା କଥା କହିଥିଲେ । ଏଥିମଧ୍ୟରୁ ୨ ଟି ଭବିଷ୍ୟବାଣୀ ସତ ହୋଇଛି ।

ରୁଷରୁ ଏକ ବଡ ଖବର ସାମ୍ନାକୁ ଆସିଛି । ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ କହିଛନ୍ତି ତାଙ୍କ ଦେଶର ବୈଜ୍ଞାନିକମାନେ କ୍ୟାନସର ଟୀକା ପ୍ରସ୍ତୁତ କରିବା ଦିଗରେ ସଫଳ ହେବାକୁ ଯାଉଛନ୍ତି । ଏହା ବ୍ୟତିତ ବାବା ଭେଙ୍ଗା ଆର୍ଥିକ ସଂକଟ ବିଷୟରେ ବି କହିଥିଲେ । ଗତ ବର୍ଷ ବ୍ରିଟେନରେ ଆର୍ଥିକ ସଂକଟ ଦେଖିବାକୁ ମିଳିଥିଲା । ସେହିପରି ଜାପାନର ଅର୍ଥବ୍ୟବସ୍ଥା ବି ପ୍ରଭାବିତ ହେବାରେ ଲାଗିଛି । ୩ ମାସରେ ଦେଶର ଜିଡିପି ୦.୪ ପ୍ରତିଶତ ହ୍ରାସ ପାଇଛି ।

Get real time updates directly on you device, subscribe now.