fbpx
BSKY SKY
BSKY SKY

କିଛି ଅଜଣା କଥା: କେବଳ ମଣିଷ ନୁହେଁ, ମହାକାଶକୁ ମହୁମାଛି, ମୂଷା, ମାଙ୍କଡ଼, କୁକୁର, କଇଁଛ ଓ ବିଲେଇ ମଧ୍ୟ ଯାତ୍ରା କରିଥିଲେ

BSKY

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ମଣିଷ ଦିନକୁ ଦିନ ନୂଆ ନୂଆ ସଫଳତା ହାସଲ କରୁଛି । ତେବେ କେବଳ ମଣିଷ ନୁହନ୍ତି, ପଶୁପକ୍ଷୀମାନେ ମଧ୍ୟ ମହାକାଶକୁ ଯାତ୍ରା କରିଥାନ୍ତି । ଏ ବାବଦରେ ଅନେକ ଅଜ୍ଞାତ ଥାଆନ୍ତି । ମହୁମାଛି, ମୂଷା, ମାଙ୍କଡ଼, କୁକୁର, କଇଁଛ ଓ ବିଲେଇ ସଫଳତାର ସହିତ ମହାକାଶକୁ ଯାତ୍ରା କରିଥିଲେ ।

୧- ମହୁମାଛି: ୧୯୪୭ ମସିହାରେ ମହୁମାଛିଙ୍କୁ ମହାକାଶକୁ ପଠାଯାଇଥିଲା । ଭି୨ ବାଲିଷ୍ଟିକ ମିସାଇଲ ଜରିଆରେ ମହୁମାଛିଙ୍କୁ ୧୦୯ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ପଠାଯାଇଥିଲା । ତା’ପରେ ପାରାଚ୍ୟୁଟ ଜରିଆରେ ନ୍ୟୁ ମେକ୍ସିକୋରେ ସେମାନଙ୍କୁ ଅବତରଣ କରାଯାଇଥିଲା । କ୍ୟାପସୁଲ ଖୋଲିବା ପରେ ମହୁମାଛିମାନେ ଜୀବିତ ରହିଥିଲେ ।

୨- ମୂଷା: ମଣିଷର ଅଧିକାଂଶ ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଇଥାଏ । ମହାକାଶ ପରିବେଶରେ ମଣିଷର ପ୍ରଭାବ ବିଷୟରେ ଜାଣିବା ପାଇଁ ମୂଷାଙ୍କୁ ପ୍ରୟୋଗ କରାଯାଇଥିଲା । ୧୯୫୦ରେ ମହାକାଶରେ ୧୩୭ କିମି ପର୍ଯ୍ୟନ୍ତ ମୂଷାଙ୍କୁ ପଠାଯାଇଥିଲା । ତେବେ ପାରାଚ୍ୟୁଟରେ କିଛି ତ୍ରୁଟି କାରଣରୁ ମୂଷାଗୁଡ଼ିକ ଜୀବିତ ରହିନଥିଲେ । ଏହି ମୂଷାଗୁଡ଼ିକ ଉପରେ ନାସା ପକ୍ଷରୁ ଗବେଷଣା କରାଯାଇଥିଲା ।

୩- ମାଙ୍କଡ଼: ମାଙ୍କଡ଼ ପ୍ରଜାତିର ପଶୁଙ୍କୁ ସବୁଠାରୁ ଅଧିକ ଥର ମହାକାଶକୁ ପଠାଯାଇଛି । ସେଗୁଡ଼ିକ ମଧ୍ୟରେ ରିସସ ମ୍ୟାକକ, ସୁଅରର ଲାଞ୍ଜ ଥିବା ମାଙ୍କଡ଼, ଗିଲହରୀର ଲାଞ୍ଜଥିବା ମାଙ୍କଡ଼ ଓ ସିମ୍ପାଞ୍ଜି ସାମିଲ ରହିଛନ୍ତି । ୧୯୪୯ରେ ସର୍ବପ୍ରଥମେ ଆଲବର୍ଟ ୨ ନାମକ ରିସସ ମ୍ୟାକକକୁ ୧୩୪ କିମି ପର୍ଯ୍ୟନ୍ତ ମହାକାଶକୁ ପଠାଯାଇଥିଲା । ତେବେ ତାହା ଜୀବିତ ଫେରି ପାରିନଥିଲା । ପରେ ୧୯୬୧ରେ ହେମ ନାମକ ସିମ୍ପାଞ୍ଜିକୁ ପଠାଯାଇଥିଲା ଓ ତାହା ଜୀବିତ ଫେରିଥିଲା ।

୪- କୁକୁର: କୁକୁରଙ୍କୁ ମଧ୍ୟ ସବୁଠାରୁ ଅଧିକ ଥର ମହାକାଶକୁ ପଠାଯାଇଛି । ଏହା ସୋଭିଏତ ସଂଘ ଦ୍ୱାରା ପଠାଯାଇଥିଲା । ୧୯୫୭ରେ ଲାଇକ ନାମକ ଏକ କୁକୁରକୁ ମସ୍କୋର ଗଳିରୁ ଉଠାଯାଇ ମହାକାଶକୁ ପଠାଯାଇଥିଲା । ମାତ୍ର ତାହା ପୃଥିବୀକୁ ଦ୍ୱିତୀୟ ଥର ଫେରି ପାରିନଥିଲା । ଓଭରହିଟିଂ କାରଣରୁ ସେ ୫ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କରିଥିଲା ।

୫- କଇଁଛ: କଇଁଛକୁ ମହାକାଶକୁ ପଠାଯାଇଥିଲା ଏହା ଶୁଣିବାକୁ ଟିକେ ଅସ୍ୱାଭାବିକ ମନେହୁଏ । ୧୯୬୮ରେ ଜୋଣ୍ଡ ୫ ନାମକ ଏକ ମହାକାଶ ଯାନରେ ଦୁଇଟି କଇଁଛଙ୍କୁ ମହାକାଶ ପଠାଯାଇଥିଲା । ସେଗୁଡ଼ିକ ଚନ୍ଦ୍ରରେ ଚକ୍କର ଲଗାଇବା ପରେ ୬ ଦିନ ପରେ ପୃଥିବୀକୁ ଫେରିଆସିଥିଲେ । ତେବେ କାଜାଖସ୍ତାନରେ ଅବତରଣ କରିବା ବଦଳରେ ସେମାନେ ହିନ୍ଦ ମହାସାଗରରେ ଖସି ପଡ଼ିଥିଲେ । ମାତ୍ର ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

୬- ବିଲେଇ: ବର୍ତ୍ତମାନ ସୁଦ୍ଧା କେବଳ ଗୋଟିଏ ବିଲେଇକୁ ମହାକାଶ ପଠାଯାଇଛି । ଫେଲିସେଟ ନାମକ ଉକ୍ତ ବିଲେଇକୁ ପ୍ୟାରିସର ସଡ଼କରୁ ଉଠାଯାଇଥିଲା । ଫ୍ରୋଞ୍ଚ ପ୍ରୋଗ୍ରାମ ଅବସରରେ ତାକୁ ମହାକାଶ ପଠାଯାଇଥିଲା । ତା’ର ନ୍ୟୁରୋଲୋଜିକାଲ ହରକତକୁ ନିୟନ୍ତ୍ରଣ କରିବା ପାଇଁ ତା’ର ବ୍ରେନରେ ତାର ଲଗାଯାଇଥିଲା । ୧୯୬୩ ମସିହା ଅକ୍ଟୋବର ମାସ ୧୮ ତାରିଖରେ ବିଲେଇଟି ମହାକାଶକୁ ଉଡ଼ାଣ ଭରିଥିଲା । ତେବେ ସ୍ପେଶ ଫ୍ଲାଇଟ ସଫଳତା ପୂର୍ବକ ମିଶନ ସମ୍ପୂର୍ଣ୍ଣ କରିଥିଲେ ହେଁ ୨ ମାସ ପରେ ରିସର୍ଚ୍ଚ କାମ କାରଣରୁ ତାକୁ ମାରି ଦିଆଯାଇଥିଲା ।

Get real time updates directly on you device, subscribe now.