fbpx

ସତ ହୋଇଛି ୨୦୨୪ ଲାଗି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଜାଣନ୍ତୁ କ’ଣ ଥିଲା ତାହା

ଓଡ଼ିଶା ଭାସ୍କର: ବାବା ଭେଙ୍ଗା ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ବ୍ରେକଜିଟ୍‌କୁ ନେଇ ଯାହା ଭବିଷ୍ୟବାଣୀ କରିଥିଲେ ତାହା ସତ ହୋଇଛି । ଏହା ସହିତ ସେ ୨୦୨୪କୁ ନେଇ ବି କିଛି ଭବିଷ୍ୟବାଣୀ କରିଥିଲେ । ଏବେ ଦାବୀ କରାଯାଉଛି କି ସେଥିମଧ୍ୟରୁ କିଛି ସତ ହୋଇଛି । ବାବା ଭେଙ୍ଗା ବୁଲଗେରିଆର ଜଣେ ଫକୀର ଥିଲେ । ୧୯୧୧ ମସିହାରେ ତାଙ୍କର ଜନ୍ମ ହୋଇଥିଲା । ୧୨ ବର୍ଷ ବୟସରେ ସେ ନିଜ ଦୃଷ୍ଟି ଶକ୍ତି ହରାଇଥିଲେ । ସେ ୫୦୭୯ ବର୍ଷ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଥିଲେ ।

ଏକ ରିପୋର୍ଟ ଅନୁସାରେ ସେ ଦାବୀ କରିଥିଲେ କି ଚଳିତ ବର୍ଷ ବିଶ୍ୱକୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡିବ । ଏବେ ବ୍ରିଟେନ ଓ ଜାପାନ ଏହି ସଂକଟର ସାମ୍ନା କରୁଛି । ବ୍ରିଟେନରେ ଡିସେମ୍ବର ପର୍ଯ୍ୟନ୍ତ ୩ ମାସରେ ଜିଡିପି କ୍ଷେତ୍ରରେ ଆଶା ଠାରୁ ଅଧିକ ୦.୩% ହ୍ରାସ ଘଟିଛି । ସେହିପରି ଜାପାନରେ ଏବେ ୟେନ୍ ୩୪ ବର୍ଷର ନିମ୍ନ ସ୍ତରରେ ରହିଛି । ଏହା ଆମେରିକୀୟ ଡଲାର ତୁଳନାରେ ଦୂର୍ବଳ ହୋଇ ୧୫୧.୯୭କୁ ଖସି ଆସିଛି ।

ବାବା ଭେଙ୍ଗାଙ୍କ ଅନ୍ୟ ଏକ ଭବିଷ୍ୟତବାଣୀ ଥିଲା କି ଏଥର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁତ ବିକାଶ ହେବ । ଏବେ ଏହା ଜଣାପଡିଛି କି ଫୁସ୍‌ଫୁସ୍ କ୍ୟାନସର ଭ୍ୟାକସିନ୍ ପାଇଁ ଏବେ କାମ ଚାଲିଛି । ଅକ୍ସଫୋର୍ଡ ୟୁନିଭରସିଟି, ଫ୍ରାନ୍ସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟ୍ ଓ ୟୁନିଭରସିଟି କଲେଜ ଲଣ୍ଡନର ବୈଜ୍ଞାନିକମାନେ ମିଳିତ ଭାବରେ ଏହି ଟୀକା ଉପରେ କାମ କରୁଛନ୍ତି ।

Get real time updates directly on you device, subscribe now.