fbpx
BJD SKY
BJD SKY

ଅନଲାଇନ୍ ଋଣ ପରିଶୋଧ କରୁଛନ୍ତି କି ? ଆବେଦନ କରିବା ପୂର୍ବରୁ ୫ଟି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

BJD

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଅନଲାଇନ୍ ମାଧ୍ୟମରେ ଆରାମରେ ଘରି ବସି ସବୁ କାମ ସହଜରେ କରିପାରୁଛୁ । ଏହା ଦ୍ୱାରା ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ସଂସ୍ଥାରେ ଲମ୍ବା ଧାଡ଼ି କରିବା ସମସ୍ୟା ରହିନଥାଏ । ଅନଲାଇନ୍ ଟ୍ରାନଜେକ୍ସନ୍ ଗ୍ରହକ ଅନୁକୂଳତା(consumer friendly) ହୋଇଥିବାରୁ ଏହା ଅଧିକାଂଶ ବ୍ୟକ୍ତି ଏଥି ପ୍ରତି ଆକର୍ଷିତ ହେଉଛନ୍ତି । ଦେଖିବାକୁ ଗଲେ ଆଜିକାଲି ବଜାରରେ ଅନେକ ଋଣ ଆପ୍ ଉପଲବ୍ଧ ରହିଛି ଯାହା କିଛି ସମୟ ମଧ୍ୟରେ ଋଣ ପ୍ରଦାନ କରିଥାଏ । ବେଳେ ବେଳେ ତରବରିଆ ହୋଇ ଅନେକ ଲୋକ ଋଣ ନେବାର ସର୍ତ୍ତ ପଢ଼ିବା ପାଇଁ ଭୁଲି ଯାଇଥାନ୍ତି । ପରବର୍ତ୍ତୀ ସମୟରେ ଅନଲାଇନ୍ ଋଣ ସମସ୍ୟା ସୃଷ୍ଟି କରିଥାଏ । ଏଭଳି ସ୍ଥିତିରେ ଆପଣ ଅନଲାଇନ୍ ଆପ୍ ମାଧ୍ୟମରେ ଋଣ ପାଇଁ ଆବେଦନ କରିବା ପୂର୍ବରୁ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ ।

୧. ଋଣ ଆପର ଯାଞ୍ଚ କରନ୍ତୁ: ମୋବାଇଲରେ କୌଣସି ପ୍ରକାର ଋଣ ଆପ୍ ଡାଉନଲୋଡ୍ କରୁଥିଲେ ଏହାର ପ୍ଲାଟଫର୍ମ ବିଷୟରେ ଭଲ ଭାବେ ଯାଞ୍ଚ କରନ୍ତୁ । ଏହା ସହ ୟୁଜର ରିଭ୍ୟୁ ପଢ଼ନ୍ତୁ । ଆପର ୱେବସାଇଟ୍ ଏବଂ ସୋସିଆଲ ମିଡିଆ ପେଜ୍ ଦେଖନ୍ତୁ । ଶେଷରେ ଋଣଦାତା ଆରବିଆଇ ଦ୍ୱାରା ପଞ୍ଜିକୃତ ଅଛି ନା ନାହିଁ ସୁନିଶ୍ଚିତ କରନ୍ତୁ ।

୨. ସୁଧହାର ଏବଂ ଶୁଳ୍କ ତୁଳନା କରନ୍ତୁ: ଅନଲାଇନ୍ ଋଣ ପାଇଁ ଆବେଦନ କରିବା ପୂର୍ବରୁ ବିଭିନ୍ନ ସୁଧ ହାର ଏବଂ ଶୁକ୍ଳ ତୁଳନା କରନ୍ତୁ । ସବୁଠାରୁ କମ୍ ସୁଧ ହାର ବିଶିଷ୍ଟ ଋଣ ଚୟନ କରିବା ସହ ଶୁଳ୍କକୁ ମଧ୍ୟ ବିଚାର କରନ୍ତୁ । ପ୍ରସେସିଂ ଶୁଳ୍କ, ପ୍ରି ପେମେଣ୍ଟ ଶୁଳ୍କ ବିଷୟରେ ଯାଞ୍ଚ କରନ୍ତୁ ।

୩. ଋଣର ସର୍ତ୍ତକୁ ପଢ଼ନ୍ତୁ: ଅନଲାଇନ୍ ଋଣ ଚୁକ୍ତି ସ୍ୱାକ୍ଷର କରିବା ପୂର୍ବରୁ ସମସ୍ତ ସର୍ତ୍ତାବଳୀ ଧ୍ୟାନର ସହ ପଢ଼ନ୍ତୁ । ଆପଣ କେତେ ଋଣ ନେଉଛନ୍ତି, କେତେ ସୁଧ ଦେବାକୁ ପଡ଼ିବ ଏବଂ ଋଣ ପରିଶୋଧ କରିବାର ଅବଧି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଧ୍ୟାନର ସହ ପଢ଼ନ୍ତୁ । କୌଣସି ପଏଣ୍ଟ ବୁଝି ନପାରିଲେ ସ୍ପଷ୍ଟିକରଣ ପାଇଁ ଋଣଦାତାଙ୍କୁ ପଚାରନ୍ତୁ ।

୪. ଋଣ ପରିଶୋଧ କରିବାର କ୍ଷମତା: ଋଣ ପାଇଁ ଆବେଦନ କରିବା ପୂର୍ବରୁ ନିଜ ଆର୍ଥିକ ସ୍ଥିତି ବିଷୟରେ ମୂଲ୍ୟାଙ୍କନ କରନ୍ତୁ । ଋଣର ଇଏମ୍‌ଆଇ ପରିଶୋଧ କରିବା ପାଇଁ ଆପଣଙ୍କ ପାଖରେ ଯଥେଷ୍ଟ ଆର୍ଥିକ ସମ୍ବଳ ଥିବା ଉଚିତ । ଆପଣଙ୍କ ଖର୍ଚ୍ଚର ଏକ ବଜେଟ୍ ପ୍ରସ୍ତୁତ କରି ଏହାର ପାଳନ କରିପାରିବେ ।

୫. ବ୍ୟକ୍ତିଗତ ସୂଚନା ପ୍ରଦାନ କରୁଥିଲେ ସାବଧାନ: ଆନଲାଇନ୍ ସ୍କାମକୁ ଦୃଷ୍ଟିରେ ରଖି ଆବଶ୍ୟକ ଠାରୁ ଅଧିକ ବ୍ୟକ୍ତିଗତ ସୂଚନା ପ୍ରଦାନ କରନ୍ତୁ ନାହିଁ । ବିଶେଷ କରି ବ୍ୟାଙ୍କ ଖାତା ସମ୍ବନ୍ଧୀୟ ବିବରଣୀ ଏବଂ ଓଟିପି ଋଣଦାତା କିମ୍ବା ଅନ୍ୟ କାହା ସହ ଶେୟାର କରନ୍ତୁ ନାହିଁ । ଏହା ସୁନିଶ୍ଚିତ କରନ୍ତୁ ଯେ ଏହି ଋଣ ଆପ୍ ସୁରକ୍ଷିତ ଅଟେ ଏବଂ ଆପଣଙ୍କ ସମସ୍ତ ତଥ୍ୟକୁ ଗୁପ୍ତ ରଖେ ।

 

Get real time updates directly on you device, subscribe now.