fbpx
BSKY SKY
BSKY SKY

୨୦୨୩ ବର୍ଷ ପାଇଁ ବାବା ଭେଙ୍ଗାଙ୍କ ପୂର୍ବାନୁମାନ, ଜାଣନ୍ତୁ ହୋଇପାରେ କେତେ ବିପଜ୍ଜନକ

BSKY

ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ପୁର୍ବରୁ ସତ ହୋଇସାରିଛି । ଯେଉଁଥିପାଇଁ ସମଗ୍ର ବିଶ୍ୱରେ ତାଙ୍କର ଭବିଷ୍ୟବାଣୀକୁ ଖୁବ୍ ଗୁରୁତ୍ୱ ଦିଆଯାଇଥାଏ। ଏଭଳି ପରିସ୍ଥିତିରେ ୨୦୨୨ ପରେ ତାଙ୍କର ଭବିଶ୍ୟବାଣୀ ମଧ୍ୟ ଜାଣିବାବ ଉଚିତ୍। ବର୍ତ୍ତମାନ ଇଉରୋପର ବିକଶିତ ରାଷ୍ଟ୍ର ଗୁଡ଼ିକରେ ମଧୟ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ସହିତ ଭିଷଣ ମରୁଡ଼ି ସମସ୍ୟା ଦେଖାଯାଇଛି। ଏହା ସହିତ ସେ ଅଷ୍ଟ୍ରେଲିଆ ଏବଂ ଏସିଆ ମହାଦେଶର ଏନେକ ଦେଶରେ ଭିଷଣ ବନ୍ୟା ସହିତ ଖାଦ୍ୟଅଭାବ ନେଇ ଭବିଷ୍ୟବାଣୀ କରିଥିଲେ।

୨୦୨୨ରେ ଭାରତ ପାଇଁ ସେ ଏକ ଭୟଙ୍କର ଭବିଷ୍ୟବାଣି କରିଥିଲେ। ସେ ତାଙ୍କର ଭବିଷ୍ୟବାଣୀରେ କହିଥିଲେ ଯେ, ୨୦୨୨ରେ ବିଶ୍ୱରେ ତିବ୍ରଗତିରେ ତାପମାତ୍ରା ହ୍ରାସ ପାଇବ ଏବଂ ପଙ୍ଗପାଳଙ୍କ ପ୍ରଭାବରେ ଖାଦ୍ୟ ସଙ୍କଟ ଦେଖାଦେବ, ଯେଉଁଥିରେ ଭାରତ ମଧ୍ୟ ସାମିଲ ଥିଲା। ତାଙ୍କର ୨୦୨୩ ବିଷୟରେ ଭବିଷ୍ୟବାଣୀ କରି ସେ କହିଛନ୍ତି ଯେ, ପୃଥୀବି କକ୍ଷରେ ପରିବର୍ତ୍ତନ ଆସିବ। ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା କି ପୃଥୀବି ତାର କକ୍ଷ୍ୟପଥରେ କିପରି ଆଗକୁ ବଢୁଛି।

୨୦୨୮ ବର୍ଷ ପର୍ଯ୍ୟନ୍ତ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ଏହା ଜଣାପଡିଛି ଯେ ଶୁକ୍ର ଗ୍ରହ ଭ୍ରମଣରେ ମହାକାଶଚାରୀମାନେ ସଫଳ ହେବେ। ଶୁକ୍ର ଏବଂ ପୃଥିବୀ ଉଭୟ ସମାନ ଆକାରର ଗ୍ରହ, କିନ୍ତୁ ଶୁକ୍ରର ତାପମାତ୍ରା ଏତେ ଅଧିକ ଯେ ଏହା ଏଠାରେ ଜୀବନର ସମସ୍ତ ସମ୍ଭାବନାକୁ ଦୂର କରିଥାଏ, ତେଣୁ ଦେଖିବା କୌତୁହଳପ୍ରଦ ଯେ ଏହି ଭବିଷ୍ୟବାଣୀ ପ୍ରକୃତରେ ସତ ହେବ କି?

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୪୬ ମସିହାରେ, ଅଙ୍ଗ ପ୍ରତିରୋପଣ ସାହାଯ୍ୟରେ ଲୋକମାନେ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚିପାରିବେ। ତଥାପି, ବର୍ଷ ବଢିବା ସହିତ ମଣିଷର ବୟସ ହ୍ରାସ ପାଉଛି। ଆଜିର ଯୁଗରେ, ୬୦ ବର୍ଷ ବୟସ ୯୦ ବର୍ଷ ଅତିକ୍ରମ କରିବା ସହିତ ସମାନ। ଏଥି ସହିତ ବାବା ଭେଙ୍ଗାଙ୍କ ଔଷଧ କ୍ଷେତ୍ରରେ ଏଭଳି ଭବିଷ୍ୟବାଣୀ ଆସିଛି ଯାହା ବିଶ୍ୱାସ କରିବା କଷ୍ଟକର।

 

 

Get real time updates directly on you device, subscribe now.