fbpx

ରତନ ରାଜପୁତ: ୧୪ ବର୍ଷ ପୂର୍ବେ କାଷ୍ଟିଂ କାଉଚ୍ର ଶିକାର ହୋଇଥିଲି…

ମୁମ୍ବାଇ: ଟେଲିଭିଜନ୍ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ରତନ ରାଜପୁତ । ଯିଏକି ସର୍ବଦା ସୋସିଆଲ୍ ମିଡ଼ିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ଏଥିସହିତ ସେ ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ପଷ୍ଟ ମତ ରଖିଥାନ୍ତି ଏବଂ ପ୍ରଶଂସକମାନଙ୍କୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅବଗତ କରାଇଥାଆନ୍ତି । ନିକଟରେ ରତନ ରାଜପୁତ ତାଙ୍କ ବ୍ୟକ୍ତିଗତ ଜୀବନ ନେଇ ଏକ ଚାଞ୍ଚଲ୍ୟକର ଘଟଣା ଉପରୁ ପରଦା ହଟାଇଛନ୍ତି । ସେ କିଭଳି ଅତୀତରେ କାଷ୍ଟିଙ୍ଗ୍ କାଉଚ୍ର ଶିକାର ହୋଇଥିଲେ ତାହା ଜଣାଇଛନ୍ତି ।

ରାଜପୁତ୍ କହିଛନ୍ତି ଯେ, ୧୪ ବର୍ଷ ପୂର୍ବେ ଜଣେ ୬୦-୬୫ ବର୍ଷ ବୟସ୍କ ପ୍ରଯୋଜକ ତାଙ୍କ ସହ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । ରତନ ବିରୋଧ କରିବାରୁ ପ୍ରଯୋଜକ କହିଥିଲେ ଯେ, ଯଦି ତାଙ୍କ ନିଜ ଝିଅ ମଧ୍ୟ ଚଳଚ୍ଚିତ୍ରରେ ଡେବ୍ୟୁ କରିଥାନ୍ତା ତେବେ ସେ ତା ସହ ଏଭଳି କରିବାକୁ ଦ୍ୱିଧା କରି ନ ଥାନ୍ତେ । ରତନ ରାଜପୁତ ନିଜର ସଂଘର୍ଷର ଦିନଗୁଡ଼ିକୁ ମନେପକାଇ କହିଛନ୍ତି । ସେ ପ୍ରାୟ ୧୪ ବର୍ଷ ପୂର୍ବେ ସେ ମୁମ୍ବାଇ ଆସିଥିଲେ । ସେଠାରେ ଅଭିନୟ ସୁଯୋଗ ପାଇବା ଲାଗି ଜଣେ ୬୦-୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଭେଟିଥିଲେ । ସେହି ବ୍ୟକ୍ତି ରତନଙ୍କୁ ବହୁତ ଅପମାନ କରିବା ପରେ ତାଙ୍କର ପୂରା ଲୁକ୍ ବଦଳାଇବାକୁ ପଡ଼ିବ ବୋଲି କହିଥିଲେ । ଏଥିାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ ।

 

View this post on Instagram

 

A post shared by Viral Bhayani (@viralbhayani)

ଏହା ପରେ ସେହି ବ୍ୟକ୍ତି ଜଣକ ରତନ ରାଜପୁତଙ୍କୁ କହିଥିଲେ, ମୁଁ ତୁମ ଉପରେ ଲକ୍ଷ ଲକ୍ଷ ଟଙ୍କା କାହିଁକି ଖର୍ଚ୍ଚ କରିବି? ଯଦି ତୁମେ ଚାହୁଁଛ ମୁଁ ଟଙ୍କା ଖର୍ଚ୍ଚ କରେ ତେବେ ମୋ ସହିତ ବନ୍ଧୁତ୍ୱ ରଖିବାକୁ ପଡ଼ିବ । ତାଙ୍କଠାରୁ ଏସବୁ ଶୁଣିବା ପରେ ରତନ କହିଥିଲେ, ‘ଆପଣ ମୋ ବାପାଙ୍କ ବୟସର, ମୁଁ ଆପଣଙ୍କର କିପରି ବନ୍ଧୁ ହୋଇପାରିବି? ହଁ, ମୁଁ ଆପଣଙ୍କୁ ସମ୍ମାନ କରେ । ଆପଣ ଯେପରି କହିବେ ମୁଁ କରିବି । ଏହା ପରେ ସେହି ବ୍ୟକ୍ତିଜଣକ ରାଗିଯାଇ କହିଥିଲେ ଯେ, ମୁଁ କୌଣସି ଗାଇଡ୍-ୱାଇଡ୍ କରିବି ନାହିଁ, ଏଠାରେ କେବଳ ବନ୍ଧୁତା ହିଁ ହୁଏ । ଯଦି ତମେ ଅଭିନୟ ଜଗତରେ ପାଦ ଦେବାକୁ ଚାହଁ ତେବେ ଏହି ଡ୍ରାମା ବନ୍ଦ କର ଏବଂ ସ୍ମାର୍ଟ ହୁଅ । ରତନ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ବାପାଙ୍କ ବୟସର କହିବାରୁ ସେ ରାଗିଯାଇ କହିଥିଲେ, ଯଦି ମୋ ଝିଅ ମଧ୍ୟ ଅଭିନେତ୍ରୀ ହୋଇଯାଏ, ତେବେ ମୁଁ ମଧ୍ୟ ତା ସହ ଏଭଳି କରିଥାନ୍ତି ।

ଏହା ପରେ ରତନ କୌଣସି ପ୍ରକାରେ ସେଠାରୁ ଖସି ଚାଲି ଆସିଥିଲେ । ତେବେ ସେହି ବ୍ୟକ୍ତି ଜଣଙ୍କ ରତନ ରାଜପୁରଙ୍କ ସହ ସେମିତି କିଛି କରିବାର ସୁଯୋଗ ପାଇ ନଥିଲେ । କିନ୍ତୁ ତାଙ୍କ କଥା ରତନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଥିଲା । ଯେଉଁକାରଣରୁ ସେ ଏକ ମାସ ଧରି କାହା ସହିତ ଦେଖା ମଧ୍ୟ କରି କରି ନଥିଲେ । ତେବେ ରତନ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ସେହି ଘଟଣା ଯେତେବେଳେ ବି ମନେ ପଡେ ସେ ରାଗି ଯାଆନ୍ତି ଏବଂ ସେ ଲୋକଙ୍କୁ ସାମ୍ନାରେ ପାଇଲେ ତାଙ୍କୁ ଚପଲରେ ସେକନ୍ତି ବୋଲି କହିଛନ୍ତି । ତେବେ ରତନ ଅଭିନୟ ପାଇଁ କେବେ ବି କାହା ସହିତ କମ୍ପ୍ରମାଇଜ କରି ନାହାନ୍ତି ଏବଂ ନିଜ ସର୍ତ୍ତ ଅନୁସାରେ କାମ କରି ଆସିଛନ୍ତି ।

Get real time updates directly on you device, subscribe now.