fbpx

ଶସ୍ତା ହୋଇଗଲା ଏଲପିଜି ସିଲିଣ୍ଡର: ହ୍ରାସ ପାଇଲା ଏତିକି ଟଙ୍କା, ଜାଣନ୍ତୁ ଆପଣଙ୍କ ସହରରେ ଦାମ୍ କେତେ

ନୂଆଦିଲ୍ଲୀ: ଗତକାଲି ପ୍ରାକୃତିକ ଗ୍ୟାସ୍ ଦରରେ ରେକର୍ଡ ବୃଦ୍ଧି ପରେ ମଧ୍ୟ ଆଜି ଏଲପିଜି ସିଲିଣ୍ଡର ଦରରେ ହ୍ରାସ ପାଇଛି । ତେବେ ଏହି ହ୍ରାସ ଘରୋଇ ସିଲିଣ୍ଡରରେ ନୁହେଁ ବରଂ କମର୍ସିଆଲ ସିଲିଣ୍ଡରରେ ହ୍ରାସ ପାଇଛି । ୧୯ କିଲୋ କମର୍ସିଆଲ ସିଲିଣ୍ଡରରେ ଆଜି ରାଜଧାନୀ ଦିଲ୍ଲୀରେ ୨୫.୫୦ ଟଙ୍କା ଶସ୍ତା ହୋଇଛି । ସେହିପରି ଅନ୍ୟ ସହରମାନଙ୍କରେ ମଧ୍ୟ ଗ୍ୟାସ୍ ମୂଲ୍ୟରେ ହ୍ରାସ ପାଇଛି । ଆଜିଠାରୁ ଏହି ନୂଆ ମୂଲ୍ୟ ଲାଗୁ ହେବ ।

ଆଇଓସିଏଲ ଅନୁସାରେ, ଅକ୍ଟୋବର ୨୦୨୨ ପହିଲାରୁ ଦିଲ୍ଲୀରେ ଇଣ୍ଡେନ୍ ୧୯ କେଜି କମର୍ସିଆଲ ସିଲିଣ୍ଡର ଦାମ୍ ୨୫.୫୦ ଟଙ୍କା ହ୍ରାସ ପାଇଛି । ଏହି ହ୍ରାସ ପରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ୍ ୧୮୫୯.୫୦ ଟଙ୍କାରେ ମିଳିବ । ସେହିପରି କୋଲକାତାରେ ୩୬.୫୦ ଟଙ୍କା ହ୍ରାସ ପାଇ ୧୯୯୫.୫୦ ଟଙ୍କା, ମୁମ୍ବାଇରେ ୩୨.୫୦ ଟଙ୍କା ହ୍ରାସ ପାଇ ୧୮୧୧.୫୦ ଏବଂ ଚେନ୍ନାଇରେ ୩୫.୫୦ ଟଙ୍କା କମର୍ସିଆଲ ଏଲପିଜି ସିଲିଣ୍ଡରରେ ହ୍ରାସ ପାଇଛି ।

ତେବେ ପୂର୍ବରୁ ପାର୍ବଣ ଋତୁରେ ସାଧାରଣ ଜନତାଙ୍କୁ ବଡ ଝଟକା ଲାଗିଛି। ଗତକାଲି ପ୍ରାକୃତିକ ଗ୍ୟାସର ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ସର୍ବାଧିକ ହୋଇଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ଗ୍ରାହକମାନଙ୍କୁ CNG-PNG ପାଇଁ ଅଧିକ ମୂଲ୍ୟ ଦେବାକୁ ପଡିବ। ଏହା ବ୍ୟତୀତ ଅଶୋଧିତ ତୈଳର ମୂଲ୍ୟ ଶୁକ୍ରବାର ଦିନ ବୃଦ୍ଧି ପାଇଛି। ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୨୭ ଟଙ୍କା ବୃଦ୍ଧି ପାଇ ୬,୭୨୭ ଟଙ୍କା ହୋଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଅକ୍ଟୋବର ମାସରେ ବିତରଣ ପାଇଁ ଅଶୋଧିତ ତୈଳ ଚୁକ୍ତି ମୂଲ୍ୟ ବୃଦ୍ଧି ପଞ୍ଜିକୃତ ହୋଇଛି। ଅକ୍ଟୋବରରେ ବିତରଣ ପାଇଁ ଚୁକ୍ତିନାମା ୨୭ ଟଙ୍କା ବା ୦.୪ ପ୍ରତିଶତ ବୃଦ୍ଧି ହୋଇ ବ୍ୟାରେଲ ପିଛା ୬,୭୨୭ ଟଙ୍କା ହୋଇଛି।

Get real time updates directly on you device, subscribe now.