fbpx
BJD SKY
BJD SKY

ନୂଆ ଡିଜାଇନ ଜୋତା ପିନ୍ଧି ବିଶ୍ୱକପ ଖେଳୁଛନ୍ତି ବାବର: ପାକିସ୍ତାନୀ ଅଧିନାୟକଙ୍କୁ ନେଇ ହଙ୍ଗାମା

BJD

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଛି ୱାର୍ମ-ଅପ୍ ମ୍ୟାଚ । ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ-ନ୍ୟୁଜିଲାଣ୍ଡ । ତେବେ ଏହି ମ୍ୟାଚରେ ଷ୍ଟାର କ୍ରିକେଟର ମହମ୍ମଦ ରିଜୱାନ ଶତକ ଅର୍ଜନ କରିଥିବା ବେଳେ ଅଧିନାୟକ ବାବର ଆଜମ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ଉଭୟଙ୍କ ଦମଦାର ଇନିଂସ ବ୍ୟତୀତ ଏହି ମ୍ୟାଚରେ ଆଉ ଏକ ଘଟଣା ଖୁବ ଚର୍ଚ୍ଚାରେ ରହିଛି । ଅଧିନାୟକ ବାବର ଆଜମ ଏହି ମ୍ୟାଚରେ ଏକ ଅଜବ ଡିଜାଇନର ଜୋତା ପିନ୍ଧି ମଇଦାନକୁ ଓହ୍ଲାଇଥିଲେ । ଯାହାକୁ ନେଇ ଏବେ ହଙ୍ଗାମା ଆରମ୍ଭ ହୋଇଯାଇଛି ।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଏହି ମ୍ୟାଚରେ ମହମ୍ମଦ ରିଜୱାନ ଶତକ ହାସଲ କରିଥିବା ବେଳେ ବାବର ଆଜମ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ମ୍ୟାଚରେ ଏହି ଇନିଂସ ବ୍ୟତୀତ ପାକିସ୍ତାନୀ ଅଧିନାୟକ ବାବରଙ୍କ ଜୋତା ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ବାବରଙ୍କ ଏହି କ୍ରିକେଟ ଜୋତାରେ ଏକ ଇମୋଟିକନ୍ ଦେଖାଯାଇଛି । ବାବରଙ୍କ ଜୋତାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ବାବରଙ୍କ ଏହି ଜୋତାରେ ଏକ ସ୍ମାଇଲି ଇମୋଜିର ଷ୍ଟିକର ଲାଗିଥିବାର ଦେଖାଯାଇଛି । ଟସ୍ ସମୟରେ ବାବରଙ୍କ ଏହି ଜୋତା ଉପରେ କ୍ୟାମେରାମ୍ୟାନଙ୍କ ନଜର ପଡ଼ିଥିଲା ଏବଂ ଟିମ ମିଟିଙ୍ଗ ସମୟରେ ମଧ୍ୟ ବାବରଙ୍କୁ ଏହି ଜୋତା ପିନ୍ଧିଥିବା କ୍ୟାମେରାରେ କଏଦ ହୋଇଛି ।

Get real time updates directly on you device, subscribe now.