fbpx

‘ଉଲଗ୍ନ ଫଟୋ ଦିଅ ନହେଲେ ବମ୍ ପକାଇ ଉଡାଇ ଦେବି’: ଗୋଟିଏ ଧମକରେ ବନ୍ଦ ହେଲା ସ୍କୁଲ, ଏୟାରପୋର୍ଟ, ହସ୍ପିଟାଲ, ସପିଂ ମଲ୍‌

ଓଡିଶା ଭାସ୍କର: ନାବାଳିକା ମାନେ ନଗ୍ନ ଫଟୋ ନ ପଠାଇବାରୁ ବିଭିନ୍ନ ସ୍ଥାନରେ ବୋମା ମାଡ କରିବାକୁ ଧମକ ଦେଇ ଗିରଫ ହେଲା ଯୁବକ । ସ୍କୁଲ ସମେତ ଅନେକ ସାର୍ବଜନୀନ ସ୍ଥାନରେ ୧୫୦ରୁ ଅଧିକ ନକଲି ବୋମା ରଖିଥିବା କଥା କହିବା ପରେର୍ତାଙ୍କୁ ଗିରଫ କରିଛି ପୋଲିସ୍ । ଏହି ମାମଲାରେ ଏଡି ମାନୁଏଲ ନୁନେଜ ସାଣ୍ଟୋସ୍ ନାମକ ଜଣେ ୩୩ ବର୍ଷୀୟ ୱେବସାଇଟ୍ ଡେଭଲପର୍‌ଙ୍କୁ ପେରୁର ଲିମାରୁ ଗିରଫ କରିଛି ପୋଲିସ । ନୁନେଜ୍ ସାଣ୍ଟୋସ୍ ଚଳିତ ମାସ ଏହି ଧମକ ପଠାଇଥିବା ଅଭିଯୋଗ ହୋଇଛି, ଯାହା ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଅଭିଯୁକ୍ତ ଜଣକ “ଲୁକାସ୍‌” ନାଁ ରେ ନିଜ ପରିଚୟ ଦେଇ କମ୍ ବୟସର ଝିଅମାନଙ୍କୁ ଅନଲାଇନ୍ ଗେମିଂ ପ୍ଲାଟଫର୍ମ ଦ୍ୱାରା ଯୋଗାଯୋଗ କରୁଥିଲା । ଅଭିଯୁକ୍ତ ଜଣକ ସେହି ଝିଅମାନଙ୍କୁ ନଗ୍ନ ଫଟୋ ମାଗିଥିଲା, ସେମାନେ ମନା କରିବାରୁ ସେମାନଙ୍କ ସ୍କୁଲରେ ବୋମା ମାଡ଼ କରିବାକୁ ଧମକ ଦେଇଥିଲେ ।
ସେପ୍େଟମ୍ବର ୧୫ ରେ ନ୍ୟୁୟର୍କ, ପେନ୍ସିଲଭେନିଆ, କନେକ୍ଟିକଟ୍‌, ଆରିଜୋନା ଏବଂ ଆଲାସ୍କାର ବିଭିନ୍ନ ସାର୍ବଜନୀନ ସ୍ଥାନକୁ ଟାର୍ଗେଟ କରିଥିବା ଧମକ ବିଷୟରେ ରିପୋର୍ଟ ପାଇଥିଲା ଏଫବିଆଇ । ପେନ୍ସିଲଭେନିଆର ସ୍କୁଲଗୁଡ଼ିକୁ ଧମକ ମିଳିବା ରୁ ୨୦ଟି ଭିନ୍ନ ଭିନ୍ନ ସ୍କୁଲର ୧୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଏୟାରପୋର୍ଟ, ହସ୍ପିଟାଲ, ଏପରିକି ସପିଂ ମଲ୍ କୁ ମଧ୍ୟ ଟାର୍ଗେଟ କରାଯାଇଥିଲା । ଯାହା ଦ୍ୱାରା ସ୍କୁଲ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ, ଏପରିକି ବିମାନ ଉଡ଼ାଣ ବିଳମ୍ବିତ ହୋଇଥିଲା ଏବଂ ଏକ ଡାକ୍ତରଖାନାକୁ ମଧ୍ୟ ଲକ୍ଡାଉନ୍ କରିବାକୁ ପଡ଼ିଥିଲା ।

Get real time updates directly on you device, subscribe now.