fbpx

ଛୋଟ ଛୁଆ ଅଧିକ ଫୋନ ଦେଖୁଥିଲେ ସାବଧାନ ! ହୋଇପାରେ ହାର୍ଟ ଆଟାକ୍

Advertisement

ଆଜିକାଲିର ଆଧୁନିକ ଜୀବନଶୈଳୀ ସହ ବଦଳୁଛି ଲୋକଙ୍କ ରୁଚି । ତେବେ ଏଥିରୁ ବାଦ ପଡୁନାହାନ୍ତି ଛୋଟ ଛୁଆ । ବର୍ତ୍ତମାନ ଏଭଳି ସମୟ ହୋଇଯାଇଛି ଯେ, ଫୋନ୍ ଟ୍ୟାବ ଏବଂ ଟିଭି ବିନା ଛୁଆ ଖାଦ୍ୟ ମଧ୍ୟ ଖାଉ ନାହାନ୍ତି । ଆଜିକାଲି ପିଲାମାନଙ୍କ ମଧ୍ୟରେ ସ୍ମାର୍ଟ ଫୋନର ବ୍ୟବହାର ବୃଦ୍ଧି ପାଉଛି । ପ୍ରତି କଥାରେ ଫୋନ୍ କିମ୍ବା ଟ୍ୟାବ୍ବ୍ୟ ବହାର କରୁଛନ୍ତି ଛୁଆ । ତେବେ ଏହା ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାଏ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

ଅଧିକ ସମୟ ସ୍କ୍ରିନକୁ ଦେଖିବା ଦ୍ୱାରା ଛୋଟ ଛୁଆଙ୍କର ନ୍ୟୁରୋଲୋଜିକାଲ୍ ଡେଭଲପମେଣ୍ଟ୍ ଏବଂ ସୋସିଆଲ୍ ଡେଭଲପମେଣ୍ଟ୍ ଉପରେ ଖରାପ ପ୍ରଭାବ ପଡ଼ୁଥିବା ନେଇ ରିପୋର୍ଟରେ କୁହାଯାଇଛି । ଏହିକାରଣରୁ ଛୁଆଙ୍କ କ୍ଷେତ୍ରରେ ସ୍ନାୟୁଗତ ରୋଗ ବୃଦ୍ଧି ହେବାର ଆଶଙ୍କା ଅଧିକ ରହିଥାଏ ବୋଲି କୁହାଯାଇଛି ।

ଏହି କାରଣରୁ ଛୁଆଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍ ଆଶଙ୍କା ବୃଦ୍ଧି ପାଉଛି:-

ଇଷ୍ଟର୍ଣ୍ଣ ଫିନ୍ଲ୍ୟାଣ୍ଡ୍ ବିଶ୍ୱବିଦ୍ୟାଳୟ ଏବଂ ୟୁରୋପୀୟ ସୋସାଇଟି ଅଫ୍କା ର୍ଡିଓଲୋଜି କଂଗ୍ରେସ ୨୦୨୩ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ବର୍ତ୍ତମାନର ସମୟରେ ଛୋଟଛୁଆ ଅଧିକ ଫୋନ୍ ବ୍ୟବହାର କରନ୍ତି । ତେଣୁ ଅଳ୍ପ ବୟସରେ ହୃଦଘାତର ଆଶଙ୍କା ବୃଦ୍ଧି ପାଉଛି । କାରଣ ଫୋନ ଦେଖିବା ବେଳେ ଛୁଆ ଶାରୀରିକ ଭାବେ ସକ୍ରିୟ ହୁଅନ୍ତି ନାହିଁ । ଯେଉଁ ପିଲାମାନେ କମ୍ସ କ୍ରିୟ ଥାଆନ୍ତି, ସେମାନଙ୍କ ନିକଟରେ ହୃଦ ଏବଂ ଷ୍ଟ୍ରୋକ୍ ହେବାର ଯଥେଷ୍ଟ ଆଶଙ୍କା ଥାଏ ।

ସେମାନଙ୍କ କ୍ଷେତ୍ରରେ ଓଜନ ଏବଂ ଚାପ ନିୟନ୍ତ୍ରଣରେ ଥିଲେ ମଧ୍ୟ ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ । ୧୯୯୦ ଏବଂ ୧୯୯୧ରେ ଜନ୍ମ ହୋଇଥିବା ୧୪,୫୦୦ ପିଲାଙ୍କ ଉପରେ ଏହି ଅନୁସନ୍ଧାନ କରାଯାଇଥିଲା । ତେବେ ଅନୁସନ୍ଧାନ ସମୟରେ ଯେଉଁମାନେ ଅଧିକ ସମୟ ଫୋନ କିମ୍ବା ଟ୍ୟାବରେ ବିତାଉଥିଲେ ସେମାନେ ଗମ୍ଭୀର ଇକୋକାର୍ଡିଓଗ୍ରାଫିରେ ପୀଡିତ ହୋଇଥିଲେ ।

Get real time updates directly on you device, subscribe now.