fbpx

ଜେଠାଲାଲଙ୍କୁ ଝଟକା, ପୁଅ ମାରିନେଲା ବାଜି; ଟପ୍ପୁ ଓ ବବିତା ଜୀଙ୍କ ମଧ୍ୟରେ ଚାଲିଛି ଇଲୁ ଇଲୁ

ମୁମ୍ବାଇ: ‘ତାରକ ମେହତା କା ଉଲ୍ଟା ଚଷମା’ ଦର୍ଶକଙ୍କ ଅତି ପ୍ରିୟ ଶୋ’ । ଏଥିରେ ଥିବା କଳାକାର ମାନଙ୍କୁ ସେମାନଙ୍କୁ ପ୍ରକୃତ ନାମରେ କମ୍ ଏବଂ ଶୋ’ରେ ରଖାଯାଇଥିବା ନାମରେ ଅଧିକ ଜାଣନ୍ତି । ତେବେ ଏଥିରେ ଅଭିନୟ କରୁଥିବା କଳାକାର ମାନେ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ଖାସ୍ କରି ବବିତା ଜୀ ପ୍ରତିଦିନ ନିଜର ଗ୍ଲାମରସ୍ ଫଟୋ ସବୁ ସେୟାର୍ କରିଥାନ୍ତି । ତେଣୁ ତାଙ୍କ ଅନୁଗାମୀ ସଂଖ୍ୟା ଖୁବ୍ ଅଧିକ । ହେଲେ ଏବେ ଶୁଣିବାକୁ ମିଳିଛି ଯେ, ‘ତାରକ ମେହତା କା ଉଲ୍ଟା ଚଷମା’ ଅଭିନେତା ରାଜ୍ ଉନାଦକଟ ଏବଂ ମୁନମୁନ୍ ଦତ୍ତା ହେଉଛନ୍ତି ଖୁବ୍ ଭଲ ବନ୍ଧୁ ।

ଏ ଦୁହେଁ ଶୋରେ ଟପ୍ପୁ ଓ ବବିତାଜୀ ଭୁମିକାର ନଜର ଆସନ୍ତି । ଏମାନଙ୍କୁ ନେଇ କିଛି ରିପୋର୍ଟରେ ଦାବି କରାଯାଇଛି ଯେ, ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । ତେବେ ମୁନମୁନ୍ ଦତ୍ତା, ରାଜ୍ ଙ୍କ ଠାରୁ ୯ ବର୍ଷ ବଡ଼ । ହେଲେ ଦୁହେଁ ସେମାନଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିନାହାନ୍ତି ସତ କିନ୍ତୁ ଶୁଟିଂ ସେଟ୍ ରେ ଏମାନେ ଖୁବ୍ ଟାଇମ୍ ଏକାଠି ବିତାନ୍ତି ।

ଖାଲି ସେତିକି ନୁହେଁ ରାଜ୍, ମୁନମୁନ୍ ଙ୍କ ଫଟୋରେ ବି କମେଣ୍ଟ କରନ୍ତି । ଏଣୁ ସେମାନଙ୍କ ଫ୍ୟାନ୍ସ ମାନେ ବି ସୋସିଆଲ୍ ମିଡିଆରେ ସେମାନଙ୍କ ମଧ୍ୟରେ ସମଥିଙ୍ଗ ସମଥିଙ୍ଗ ଚାଲିଥିବା ପ୍ରଶ୍ନ ପଚାରିଛନ୍ତି । ଖାଲି ସେତିକି ନୁହେଁ ‘ତାରକ ମେହତା କା ଉଲ୍ଟା ଚଷମା’ ଶୁଟିଂ ସେଟ୍ ରେ ରାଜ୍ ଓ ମୁନମୁନ୍ ଙ୍କ ସମ୍ପର୍କକୁ ସମ୍ମାନ କରୁଛନ୍ତି । କେହି ବି ମଜାକ୍ ଉଡ଼ାଉ ନାହାନ୍ତି । କୁହାଯାଉଛି ଲମ୍ବା ସମୟ ଧରି ଏ ଦୁହେଁ ରିଲେସନ୍ ରେ ଅଛନ୍ତି । କିନ୍ତୁ ସତ କଣ ତାହା କେବଳ ବବିତାଜୀ ଓ ରାଜ୍ ହିଁ କହିପାରିବେ ।

Get real time updates directly on you device, subscribe now.