fbpx

କି ଠକ ଯୁଗ ପ୍ରଭୁ! ମାଲିକ ଜାଣିନି ହେଲେ ଜମି ବନ୍ଧା ରଖି ଉଠେଇଛନ୍ତି ୬୮ ଲକ୍ଷର ଋଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜମି ମାଲିକଙ୍କୁ ଜଣା ନାହିଁ କିନ୍ତୁ ନାଁରେ ରହିଛି ୬୮ ଟଙ୍କାର ବ୍ୟାଙ୍କ ଲୋନ୍ । ଜମି ମାଲିକ ଦସ୍ତଖତ କରିନଥିବା ସତ୍ତେ୍ୱ ମଧ୍ୟ ତାଙ୍କ ନିକଟକୁ ଋଣ ନୋଟିସ ଆସିଥିଲା । ଏହା ପରେ ଜମି ମାଲିକ ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏମିତି ଘଟଣା ଘଟିଛି ଚନ୍ଦକାର ପାଇକରାପୁର ଅଞ୍ଚଳରେ । ପାଇକରାପୁର ବାସିନ୍ଦା ସତ୍ୟବାଦୀ ବଳିଆର ସିଂ ୧୯୮୨-୮୩ ମସିହାରେ ଜମିଟି କିଣିଥିଲେ । ତେବେ ବର୍ତ୍ତମାନ ତାଙ୍କ ବିନା ଅଜାଣତରେ ଜମିଟି ବ୍ୟାଙ୍କ ନିକଟରେ ବନ୍ଧା ପଡିଥିବା ବେଳେ ସେ ଆଇନର ଦ୍ୱାରସ୍ଥ ହୋଇଛନ୍ତି ।

କଟକ ସିଡିଏ ଅଞ୍ଚଳର ସତ୍ୟଶଙ୍କର ଶତପଥୀ ନାମକ ଜନୈକ ବ୍ୟକ୍ତି ହରପାର୍ବତୀ ଏଜେନ୍ସି ନାଁରେ ଏହି ଟଙ୍କା ଋଣ କରିଛନ୍ତି । ତେବେ ଋଣ ପରିଶୋଧ ପାଇଁ ଜମିର ଅସଲି ମାଲିକ ସତ୍ୟବାଦୀଙ୍କୁ ବ୍ୟାଙ୍କ ନୋଟିସ ମିଳିଥିଲା । ନୋଟିସ ପରେ ବ୍ୟାଙ୍କରେ ଲିଖିତ ଅଭିଯୋଗ କରିଛନ୍ତି ମଧ୍ୟ । ସତ୍ୟବାଦୀ ବୋଲି ନିଜକୁ ପରିଚୟ ଦେଇଥିବା ବ୍ୟକ୍ତିଙ୍କ ଅସଲ ନାମ ସତ୍ୟବାଦୀ ପରିଡ଼ା ଏବଂ ସେ ବଳଙ୍ଗାର ଗୋଡିମାଳ ବାସିନ୍ଦା । ନିଜକୁ ଅସଲି ମାଲିକ ଭାବରେ ପରିଚୟ ଦେବା ସହିତ ନକଲି କାଗଜପତ୍ର ଜରିଆରେ ଏହି ଋଣ କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.