fbpx
BSKY
BJD MC SKY
BJD YOUTH SKY

ଚେନ୍ନାଇ ଏୟାରପୋର୍ଟ ଛାଡ଼ିଲେ ବାବୁସାନ! ଆସୁଛନ୍ତି ଭୁବନେଶ୍ୱର, ସାମ୍ନାକୁ ଆସିଲା ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସାରା ଓଡ଼ିଶାର ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ପ୍ରକୃତି ଭୁବନେଶ୍ୱରରେ ପହଞ୍ଚିବା ସହ ତାଙ୍କୁ ଖାରବେଳ ନଗର ପୋଲିସ ଏକ ଘଣ୍ଟା ଧରି ଜେରା କରି ସାରିଛି । ଅନ୍ୟପକ୍ଷରେ ବାବୁସାନଙ୍କୁ ମଧ୍ୟ ପୂର୍ବରୁ ପୋଲିସ ପକ୍ଷରୁ ସମନ ଜାରି କରାଯାଇଥିଲା । ତେଣୁ ବାବୁ ଏବେ କେଉଁଠି ସେନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେଉଥିଲା ।

ତେବେ ଏହା ମଧ୍ୟରେ ବାବୁସାନଙ୍କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ବାବୁସାନ ଚେନ୍ନାଇ ଏୟାରପୋର୍ଟ ଛାଡ଼ିଥିବା କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବାବୁସାନ ଚେନ୍ନାଇ ଏୟାରପୋର୍ଟରେ ଚାଲି ଚାଲି ଆସୁଥିବା ଏକ ଭିଡିଓ ଭାଇରାଲ ହୋଇଛି । ତେଣୁ ବାବୁସାନ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିବା କୁହାଯାଉଛି । ତେବେ ବାବୁସାନଙ୍କ ସହ ଆଉ ଦୁଇଜଣ ବ୍ୟକ୍ତି ରହିଥିବା ଦେଖାଯାଉଛି ।

ସୂଚନାଯୋଗ୍ୟ ଯେ, ବାବୁସାନ ଓ ପ୍ରକୃତି ଏକତ୍ର ଏକ କାରରେ ଥିବା ସମୟରେ ସେମାନଙ୍କୁ ସତ୍ୟନଗର ଅଞ୍ଚଳରେ ଧରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି । ଏହାପରେ ତୃପ୍ତି ପ୍ରକୃତିଙ୍କୁ ଆକ୍ରମଣ କରିଥିବାର କିଛି ଭିଡିଓ ସାମ୍ନାକୁ ଆସିଥିଲା । ପରେ ତୃପ୍ତି ଓ ପ୍ରକୃତିଙ୍କ ପିତାମାତାଙ୍କ ପକ୍ଷରୁ ଭିନ୍ନ ମାମଲା ଥାନାରେ ଦାୟର କରାଯାଇଥିଳା । ସେହିପରି ଚେନ୍ନାଇରେ ଏକ ହୋଟେଲରେ ବାବୁ ଓ ପ୍ରକୃତି ରହିଥିବା ନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.