fbpx

(Video) ଚେସ୍ ଖେଳିବା ବେଳେ ରୋବଟ୍ ଭାଙ୍ଗିଦେଲା ୯ ବର୍ଷ ଶିଶୁର ଆଙ୍ଗୁଠି…

ଆଜିକାଲି ଟେକ୍ନୋଲୋଜୀ ଖୁବ୍ ଆଗକୁ ବଢ଼ିଲାଣି । କୁହାଯାଉଛି ବର୍ତ୍ତମାନ ମନ୍ୟୁଷ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା ସ୍ୱୟଂଚାଳିତ ରୋବଟ୍ ଉପରେ କାମ କରୁଛି । ଏହାଦ୍ୱାରା କମ୍ପ୍ୟୁଟର ବା କୌଣସି ଇଲେକ୍ଟ୍ରୋନିକ୍ ଡିଭାଇସ ନିଜେ ନିଜେ କାମ କରିପାରିବ ।

ଏହି ଏଆଇକୁ ନେଇ ଏବେ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏଆଇ ରୋବଟ ସହ ଚେସ୍ ଖେଳୁଥିବା ଶିଶୁର ଆଙ୍ଗୁଠିକୁ ଭାଙ୍ଗିଦେଇଛି ଏହି ରୋବଟ୍ । କୁହାଯାଉଛି ରୋବଟ୍ ପିଲାଟିର ତରବରିଆ ଭାବରେ ଚାଲ୍ କୁ ବୁଝିପାରିନଥିଲା ଆଉ ପିଲାଟିର ଆଙ୍ଗଠିକୁ ଧରିପକାଇଥିଲା ଫଳରେ ପିଲାଟିର ଏକ ଆଙ୍ଗୁଠିକୁ ଭାଙ୍ଗିଯାଇଥିଲା ।

ମସ୍କୋରେ ଏକ ଚେସ୍ ପ୍ରତିଯୋଗିତା ସମୟରେ ଏକ ରୋବଟ ସହ ଚେସ୍ ଖେଳୁଥିବା ସମୟରେ ରୋବଟ ପିଲାଟିର ଆଙ୍ଗୁଠି ଭାଙ୍ଗିଦେଇଥିଲା । ମସ୍କୋ ଚେସ୍ ଫେଡେରେସନର ସଭାପତି କହିଛନ୍ତି ଯେ ଏହା ଭଲ ହୋଇନାହିଁ, ପରଦିନ ଏହି ୯ ବର୍ଷର ପିଲାଟି ଅନ୍ୟ ଜଣେ ସହାୟକଙ୍କ ସହାୟତାରେ ମ୍ୟାଚ୍ ଖେଳିଥିଲା ।

ଏହି ରୋବଟକୁ ସେମାନେ ଭଡ଼ାରେ ଆଣିଥିଲେ, ଏହା ପୂର୍ବରୁ ମଧ୍ୟ ଏହି ରୋବଟ ଅନେକ ସ୍ଥାନରେ ଦର୍ଶାଯାଇଥିଲା । ତେବେ ଏହି ରୋବଟକୁ ବର୍ତ୍ତମାନ ପରୀକ୍ଷା କରାଯାଉଛି ବୋଲି କହିଛନ୍ତି ସଭାପତି । ସେପଟେ ଏହାକୁ ନେଇ ପିଲାର ପରିବାର ଲୋକ ପୋଲିସରେ ଅଭିଯୋଗ କରିବା ସହ ପରିଚାଳନା ଦାୟିତ୍ୱରେ  ଅଥରିଟିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.