fbpx
BSKY
BJD SHG SKY
BJD YOUTH SKY

ଦେଶର ସବୁଠୁ ପରିଚିତ ସେଲିବ୍ରିଟି ବିଗ୍ ବି: ରିପୋର୍ଟ

ମୁମ୍ବାଇ: ଭେଟେରାନ୍ ଅମିତାଭ ବଚ୍ଚନ ଦେଶର ସବୁଠୁ ପରିଚିତ ସେଲିବ୍ରିଟି । ସୋମବାର ପ୍ରକାଶିତ ହଂସା ରିସର୍ଚ୍ଚର ବ୍ରାଣ୍ଡ୍ ଏଣ୍ଡୋର୍ସର ରିପୋର୍ଟରେ ଏନେଇ କୁହାଯାଇଛି । ୭୯ ବର୍ଷୀୟ ଅମିତାଭ ବଚ୍ଚନ, ଅନ୍ୟ ସେଲିବ୍ରିଟି, ଏମ.ଏସ ଧୋନୀ, ବିରାଟ କୋହଲି, ଅକ୍ଷୟ କୁମାର, ଶାହରୁଖ ଖାନ୍, ସଲମାନ ଖାନଙ୍କ ଠାରୁ ମଧ୍ୟ ଆଗରେ ରହିଛନ୍ତି ।

ରିପୋର୍ଟ ଅନୂଯାୟୀ, ୯୨% ଲୋକେ ତାଙ୍କୁ ଜାଣିଛନ୍ତି । ନିଜର କାମ, ଲୋକପ୍ରିୟତା, ବ୍ୟକ୍ତିତ୍ୱ, ଆତ୍ମନିର୍ଭରଶୀଳତା, ପ୍ରଭାବ ପାଇଁ ତାଙ୍କୁ ବିଶ୍ୱାସଯୋଗ୍ୟ ବୋଲି ବିବେଚନା କରାଯାଏ  । ଅନୁସନ୍ଧାନର ଫଳାଫଳ ଅନୁଯାୟୀ ଏହି କାରଣଗୁଡିକ ତାଙ୍କୁ ବିଭିନ୍ନ ଉତ୍ପାଦ ପାଇଁ ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ମନୋନୀତ ହୋଇଥାନ୍ତି ।

ବ୍ରାଣ୍ଡ ଏଣ୍ଡୋର୍ସର୍ ସ୍କୋର ଫଳାଫଳ ଅନୁଯାୟୀ ସେଲିବ୍ରିଟିଙ୍କୁ ସ୍ଥାନିତ କରାଯାଇଥାଏ । ବ୍ରାଣ୍ଡ୍ ଏଣ୍ଡୋର୍ସର ବିଭିନ୍ନ ବିଭିନ୍ନ ମେଟ୍ରିକକୁ ନେଇ ଟ୍ରାକ୍ କରାଯାଏ ଯେମିତିକି ସେଲିବ୍ରିଟିଙ୍କ ସୋସିଆଲ୍ ମିଡିଆ ପ୍ରଭାବ, ତାଙ୍କୁ କେତେ ଲୋକ ପସନ୍ଦ କରୁଛନ୍ତି, ମାର୍କେଟରେ ତାଙ୍କର ସ୍ଥିତି କ’ଣ ଅଛି ଏସବୁବୁ ନେଇ ସର୍ଭେ କରାଯାଇଥାଏ ।  ବ୍ରାଣ୍ଡ ଏଣ୍ଡୋର୍ସର୍ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର ଏବଂ ଗୁଜୁରାଟ ରାଜ୍ୟରେ ବଚ୍ଚନଙ୍କର ଅଧିକ ପ୍ରଭାବ ରହିଛି।

Get real time updates directly on you device, subscribe now.