fbpx
BSKY
BJD MC SKY
BJD YOUTH SKY

ଭୂକମ୍ପ ଧ୍ୱଂସାବଶେଷରେ ଜନ୍ମ ହେଲା ଶିଶୁ ; ୩୦ ଘଣ୍ଟା ପରେ ନାଭି କଟାଯାଇ ସୁରକ୍ଷିତ ବାହାରିଲା

ନୂଆଦିଲ୍ଲୀ : ତୁର୍କୀ ଓ ସିରିୟାରେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୭୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ହଜାରରୁ ଅଧିକ ଆହତ ହୋଇଛନ୍ତି । ଭାରତ ସମେତ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । ଏ ମଧ୍ୟରେ ଅନେକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । କୁହାଯାଏ, ରଖେ ହରି ତ ମାରେ କିଏ? ଅନେକ ସମୟରେ ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି । ଠିକ୍ ସେହିଭଳି ତୁର୍କୀରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଏବେ ବି ତୁର୍କୀ ଓ ସିରିୟାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଦଳ ନିୟୋଜିତ ଥିବାବେଳେ କିଛି ଲୋକ ନିଜ ଆତ୍ମୀୟ ପରିଜନମାନଙ୍କୁ ଖୋଜି ବାହାର କରିବାକୁ ଲାଗି ପଡିଛନ୍ତି । ଏହି ସମୟରେ ହଠାତ୍ ଜଣେ ବ୍ୟକ୍ତି ଦେଖିବାକୁ ପାଇଲେ ଯେ, ଏକ ନବଜାତ ଶିଶୁ ପଡି ରହିଛି ଏବଂ ଶିଶୁଟିର ନାଭି ତା’ର ଭାଉଜଙ୍କ ଶରୀର ସହ ସଂଯୋଗ ରହିଛି । ସଙ୍ଗେସଙ୍ଗେ ସେ ବୁଝି ସାରିଥିଲେ ଯେ, ଏ ଶିଶୁଟି ହେଉଛି ତାଙ୍କ ଭାଉଜଙ୍କର । କାରଣ ତାଙ୍କ ଭାଉଜ ଗର୍ଭବତୀ ଥିଲେ ଏବଂ ଭୂକମ୍ପରେ ତାଙ୍କ ଭାଇଙ୍କ ଘର ଭାଙ୍ଗିଯାଇଥିଲା ।

ଏହାପରେ ସେ ଆଉ ଡେରି ନ କରି, ତୁରନ୍ତ ଶିଶୁଟିକୁ ଉଦ୍ଧାର କରିଥିଲେ । ଶିଶୁଟିର ନାଭି କଟା ଯାଇ ତାକୁ ଉଦ୍ଧାର କରାଯାଇଥିଲା । ତେବେ ସେତେବେଳେକୁ ଶିଶୁଟି ଜନ୍ମ ହେବାର ୩୦ ଘଣ୍ଟା ବିତି ସାରିଥିଲା । ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଶିଶୁଟି ସୁସ୍ଥ ଥିବା ଜଣାପଡିଥିଲା । କିନ୍ତୁ ଉଦ୍ଧାର ବେଳକୁ ନବଜାତ ଶିଶୁ ମା’ଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହି ଘଟଣାଟି ସିରିୟାର ବୋଲି ଜଣାପଡିଛି ।

ସେହିପର ସିରିୟାରୁ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଛି । ଜୀବିତ ଅବସ୍ଥାରେ ଦୁଇ ଭଉଣୀଙ୍କୁ ଧ୍ୱଂସାବେଶଷ ମଧ୍ୟରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଉଦ୍ଧାରକାରୀ ଦଳ ଭିଡିଓ ମାଧ୍ୟମରେ ଜାଣିବାକୁ ପାଇଥିଲେ ଯେ ଦୁଇ ଭଉଣୀ ଜୀବିତ ଅବସ୍ଥାରେ ପରସ୍ପର ଉପରେ ପଡି ରହିଛନ୍ତି । ଉଦ୍ଧାରକାରୀ ଦଳ ସେମାନଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ । ଉଦ୍ଧାର କରିବା ପାଇଁ ଦୁଇ ଭଉଣୀ ନିବେଦନ କରିଥିଲେ । ପ୍ରାୟ ଦେଢ ଘଣ୍ଟାର କସରତ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

ସେହିପରି ଉଦ୍ଧାର ବେଳେ ଅନ୍ୟ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା, ଧ୍ୱଂସାବଶେଷ ତଳେ ଜଣେ ବାଳକ ନାଲି ରଙ୍ଗର ଟି-ସାର୍ଟ ପିନ୍ଧି ଭିଡିଓ ବନେଇଥିଲେ । ଦୁଇରୁ ତିନୋଟି ପରିବାର ଏହି ଧ୍ୱଂସାବଶେଷ ତଳେ ଫସି ରହିଛୁ ଆମକୁ ଉଦ୍ଧାର କର ବୋଲି ସେ କହିଥିଲେ ।

Get real time updates directly on you device, subscribe now.