fbpx

୪ ଗୋଡ, ୩ ହାତ; ଉତ୍ତରପ୍ରଦେଶରେ ଜନ୍ମ ନେଇଥିବା ଏହି ଶିଶୁକୁ ନେଇ ଡାକ୍ତର ବି ଚକିତ

AAKASH

ମେରୁଟ: ଉତ୍ତରପ୍ରଦେଶର ମେରୁଟରେ ଏକ ନବଜାତ ଶିଶୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ନବଜାତକର ୪ଟି ଗୋଡ ଓ ୩ ହାତ ରହିଛି । ଶିଶୁଟିକୁ ଏବେ ଲାଲା ଲାଜପତ ରାୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍ ଶିଶୁଟିର ଚିକିତ୍ସାରେ ଲାଗି ପଡିଛନ୍ତି । ତେବେ ଏହି ବିରଳ ଶିଶୁଟିକୁ ଦେଖି ଡାକ୍ତରୀ ଟିମ୍ ବି ଚକିତ ହୋଇଛନ୍ତି ।

ଗତ ମଙ୍ଗଳବାର ମୁଜାଫରନଗରରେ ରହୁଥିବା ଇରଫାନ୍ ନିଜର ନବଜାତ ଶିଶୁର ଚିକିତ୍ସା ଲଶଗି ତାକୁ ମେରୁଟର ଲାଲା ଲାଜପତ ରାୟ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ଇରଫାନ୍ କହିଛନ୍ତି ଗତ ୭ ବର୍ଷ ତଳେ ସେ ବିବାହ କରିଥିଲେ । ତାଙ୍କର ୩ କନ୍ୟା ସନ୍ତାନ ଅଛନ୍ତି । ଏବେ ତାଙ୍କ ଘରେ ପ୍ରଥମ ପୁତ୍ର ସନ୍ତାନ ଜନ୍ମ ହେବାରୁ ସେ ବହୁତ ଖୁସି ହୋଇଯାଇଥିଲେ । କିନ୍ତୁ ଜନ୍ମ ପରେ ଶିଶୁର ଏପରି ଅସ୍ୱଭାବିକ ଅବସ୍ଥା ଦେଖି ସେ ଭାଙ୍ଗି ପଡିଛନ୍ତି ।

ଶିଶୁଟି ଜନ୍ମ ହେବା ପରେ ଅନ୍ୟ ଶିଶୁମାନଙ୍କ ପରି ପ୍ରତିକ୍ରିୟା ଦେଖାଉଛି । ତେବେ ଡାକ୍ତର କହିଛନ୍ତି ଶିଶୁର ପୁରା ପରୀକ୍ଷଣ କରାଯିବ । ପରୀକ୍ଷଣ ପରେ ତାର ଏପରି ଶାରୀରିକ ଅସ୍ୱଭାବିକତାର କାରଣ ଜଣାପଡିବ । ଗର୍ଭଧାରଣ ସମୟରେ କୌଣସି ପ୍ରକାର ଅସୁବିଧା କାରଣରୁ ଏପରି ହୋଇଥାଏ । ତେବେ ମେଡିକାଲ ସାଇନ୍ସରେ ଏପରିି ଅସ୍ୱଭାବିକତାକୁ କନଜେନିଟାଲ ଡିଜଅର୍ଡର କୁହାଯାଏ ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.