fbpx
BSKY
BJD YOUTH SKY
BJD MS SKY

DMET ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ରାଜ୍ୟର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ନିଯୁକ୍ତି ପାଇବେ ପ୍ରଫେସର ଓ ଆସୋସିଏଟ୍ ଅଧ୍ୟାପକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ଅଗ୍ରଗତି କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । ସେଥିପାଇଁ ସେ ନିୟମିତ ବ୍ୟବଧାନରେ ବିଭିନ୍ନ ବିଭାଗର ସଚିବଙ୍କ ସହିତ ବୈଠକ କରି ଏନେଇ ସମୀକ୍ଷା କରିଥାନ୍ତି । ବର୍ତ୍ତମାନ ସମୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି), ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ବିଭିନ୍ନ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।

ତେବେ ଏହା ମଧ୍ୟରେ ଚାକିରି ଆଶାୟୀଙ୍କ ପାଇଁ ଆସିଛି ପୁଣି ଏକ ଖୁସି ଖବର । ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲଗୁଡ଼ିକରେ ପୂରଣ ହେବ ପ୍ରଫେସର ଓ ଆସୋସିଏଟ୍ ଅଧ୍ୟାପକ ପଦ । ଏନେଇ ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ (ଡିଏମଇଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଠିକା ବା ଡେପୁଟେସନରେ ଏହି ନିଯୁକ୍ତି ଦିଆଯିବା ସହିତ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ଓ ନ୍ୟାସନାଲ ମେଡିକାଲ କମିଶନ ସର୍ତ୍ତ ଅନୁଯାୟୀ ସମସ୍ତ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି ।

ରାଜ୍ୟରେ ପ୍ରଫେସର ଓ ଆସୋସିଏଟ୍ ଅଧ୍ୟାପକ ପଦ ପୂରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ କରାଯାଇଥିବା ବେଳେ ୧୫ ଜଣ ପ୍ରଫେସର ଓ ୧୦ ଜଣ ଆସୋସିଏଟ ପ୍ରଫେସରଙ୍କୁ ବିଭିନ୍ନ ମେଡିକାଲ କଲେଜକୁ ଟ୍ରାନ୍ସଫର କରାଯାଇଛି । ୧୫ ଜଣ ପ୍ରଫେସରଙ୍କୁ ପୁରୀ ଏସଜେ ମେଡିକାଲ କଲେଜ, ଏସସିବି ମେଡିକାଲ କଲେଜ, ଯାଜପୁର ଜେକେ ମେଡିକାଲ କଲେଜକୁ ବଦଳି କରାଯାଇଛି । ସେହିପରି ୧୦ ଜଣ ଆସୋସିଏଟ୍ ଅଧ୍ୟାପକଙ୍କୁ ଯାଜପୁର ଜେକେ ମେଡିକାଲ କଲେଜକୁ ବଦଳି କରାଯାଇଛି ।

Get real time updates directly on you device, subscribe now.