fbpx

ରାମ ମନ୍ଦିର ଉପରେ ହୋଇପାରେ ଆତଙ୍କୀ ଆକ୍ରମଣ! ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସୁରକ୍ଷାରେ ହେବ ବଡ଼ ପରିବର୍ତ୍ତନ

ଅଯୋଧ୍ୟା: ଅଯୋଧ୍ୟା ଶ୍ରୀରାମ ମନ୍ଦିରର ନିର୍ମାଣକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ମାଣ ଶେଷ ହେବା ପରେ ଆସନ୍ତା ଜାନୁୟାରୀ ୨୨ ତାରିଖରେ ଏହି ମନ୍ଦିରର ପ୍ରାଣପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହା ପୂର୍ବରୁ ଅନେକ ଆତଙ୍କବାଦୀ ଗୋଷ୍ଠୀ ଏହା ଉପରେ ଆକ୍ରମଣ କରିବା ନେଇ ଯୋଜନା କରୁଥିବା ଆଶଙ୍କା କରାଯାଉଛି । ତେଣୁ ଆକ୍ରମଣ ପୂର୍ବରୁ ହିଁ ସତର୍କ ହୋଇଯାଇଛି ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ଯାଞ୍ଚ ଏଜେନ୍ସି । ଏଥିପାଇଁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

ଅଯୋଧ୍ୟାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଆଶଙ୍କା କରାଯାଉଛି । ତେଣୁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଣିକି ମନ୍ଦିରର ସୁରକ୍ଷା ପାଇଁ ସିଆଇଏସଏଫକୁ ଗୁରୁଦାୟିତ୍ୱ ପ୍ରଦାନ କରାଯାଇପାରେ । ତେବେ ରାମ ଜନ୍ମଭୂମି ପରିସରର ସମ୍ବେଦନଶୀଳତାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ରିପୋର୍ଟ ଅନୁସାରେ, ରାମ ମନ୍ଦିରର ସୁରକ୍ଷା ପାଇଁ ଏଠାରେ ଆଣ୍ଟି ଡ୍ରୋନ ଟେକନିକ ଲାଗୁ କରାଯିବ ।

ଶ୍ରୀରାମଚନ୍ଦ୍ରଙ୍କ ଅସ୍ଥାୟୀ ମନ୍ଦିରର ସୁରକ୍ଷାରେ ବର୍ତ୍ତମାନ ତ୍ରିସ୍ତରୀୟ ସୁରକ୍ଷା ଘେରା ରହିଛି । ଏଥିରେ ୟୁପି ପୋଲିସ, ପିଏସି ଏବଂ ସିଆରପିଏଫର ସୁରକ୍ଷା ଘେରା ମଧ୍ୟ ସାମିଲ ରହିଛି । ରାମ ଜନ୍ମଭୂମି ମନ୍ଦିରର ନିର୍ମାଣ ପରେ ଏହାର ସୁରକ୍ଷାକୁ ସୁଦୃଢ କରିବା ପାଇଁ ଯୋଜନା କରାଯାଉଛି ।
ମନ୍ଦିରର ସୁରକ୍ଷାରେ ବଡ଼ ପରିବର୍ତ୍ତନ ପାଇଁ ଗତବର୍ଷ ସିଆଇଏସଏଫ ସହ ସିକ୍ୟୁରିଟି ଅଡିଟ୍ କରାଯାଇଥିଲା । ଏହାପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ମନ୍ଦିରର ଗର୍ଭଗୃହର ସୁରକ୍ଷା ଦାୟିତ୍ୱ ସିଆଇଏସଏଫ ଉପରେ ନ୍ୟସ୍ତ ହୋଇଥିବା ବେଳେ ବାହାରେ ୟୁପି ପୋଲିସ ଏବଂ ପିଏସି ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.