fbpx

ମତଦାନ ବେଳେ ଧାରଣାରେ ବସିଲେ ମେହବୁବା ମୁଫ୍ତି; ପୋଲିଂ ଏଜେଣ୍ଟଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ

AAKASH

ନୂଆଦିଲ୍ଲୀ: ମତଦାନ ବେଳେ ଧାରଣାରେ ବସିଲେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି । ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଦିନ ବିକ୍ଷୋଭରେ ବସିଛନ୍ତି ମେହବୁବା । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଳର ପୋଲିଂ ଏଜେଣ୍ଟ ଏବଂ କର୍ମୀଙ୍କୁ ପୋଲିସ ଅଯଥାରେ ଅଟକ ରଖିଛି। ମେହବୁବା ମୁଫତି ଅନନ୍ତନାଗ-ରାଜୌରୀ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି ।

ମେହବୁବା ମୁଫତି ବିଳମ୍ବିତ ରାତିରେ ଏକ ଟ୍ୱିଟ୍ କରି ଲେଖିଛନ୍ତି, “ଆମର ଅନେକ ପିଡିପି ପୋଲିଂ ଏଜେଣ୍ଟ ଏବଂ କର୍ମୀଙ୍କୁ ଭୋଟ୍ ପୂର୍ବରୁ ଅଟକ ରଖାଯାଇଛି । ଯେତେବେଳେ ସେମାନଙ୍କ ପରିବାର ଲୋକେ ଥାନାକୁ ଯାଇଥିଲେ, ସେମାନଙ୍କୁ କୁହାଯାଇଥିଲା ଯେ ଏସଏସପି ଅନନ୍ତନାଗ ଏବଂ ଦକ୍ଷିଣ କଶ୍ମୀର ଡିଆଇଜିଙ୍କ ନିର୍ଦ୍ଦେଶରେ ଏସବୁ କରାଯାଉଛି । ଏ ନେଇ ଆମେ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛୁ । ଆଶା କରୁଛି ଠିକ୍ ସମୟରେ ହସ୍ତକ୍ଷେପ ହେବ ।

ମେହବୁବା ମୁଫତି ଆହୁରି କହିଛନ୍ତି, ପିଡିପି କର୍ମୀଙ୍କୁ ଅଯଥାରେ ଥାନାରେ ବନ୍ଦ କରି ଦିଆଯାଉଛି। ଡିଜି, ଏଲଜି ଏବଂ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଏଥିରେ ସାମିଲ ଅଛନ୍ତି । ଆପଣ କହିଥିଲେ ଯେ ନିରପେକ୍ଷ ନିର୍ବାଚନ ହେବ କିନ୍ତୁ ଆପଣ ଏସବୁ କରୁଛନ୍ତି। ଇଭିଏମ୍ ରେ ତ୍ରୁଟି କରିବାକୁ ଉଦ୍ୟମ କରାଯାଉଥିବା ନେଇ ଅନେକ ସ୍ଥାନରୁ ଅଭିଯୋଗ ଆସିଛି ।

 

Get real time updates directly on you device, subscribe now.