fbpx

ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲା: ନାବାଳକର ଜେଜେବାପାଙ୍କୁ ଗିରଫ କଲା ପୋଲିସ

AAKASH

ପୁଣେ: ମହାରାଷ୍ଟ୍ରର ପୁଣେରେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ନାବାଳକ ଅଭିଯୁକ୍ତର ଜେଜେବାପାଙ୍କୁ ଗିରଫ କରିଛି ପୋଲିସ। କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ନାବାଳକର ଜେଜେବାପା ପରିବାର ଡ୍ରାଇଭରଙ୍କୁ ମିଥ୍ୟା ବୟାନ ଦେବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ନାବାଳକ ଅଭିଯୁକ୍ତଙ୍କ ବାପାଙ୍କ ନାମ ମଧ୍ୟ ରହିଛି।

ପୁଣେ ପୋଲିସ କମିଶନର ଅମିତେଶ କୁମାରକହିଛନ୍ତି ଯେ ଏହି ମାମଲାରେ ପୁଣେ ପୋଲିସର କ୍ରାଇମବ୍ରାଞ୍ଚ ୟୁନିଟ୍ ନାବାଳକର ଜେଜେବାପାଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୬୫ ଓ ୩୬୮ ଅନୁଯାୟୀ ଏକ ପୃଥକ ମାମଲା ରୁଜୁ କରାଯାଇଛି। ପରିବାରର ଡ୍ରାଇଭରଙ୍କ ଅଭିଯୋଗ ଆଧାରରେ ପୁଣେର ୟେରଓ୍ଵାଡା ପୋଲିସ ଏହି ଏଫଆଇଆର୍ କରିଛି।

ଘଟଣା ପରେ ନାବାଳିକାର ଜେଜେବାପା ଓ ବାପା ମେ ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ଡ୍ରାଇଭରଙ୍କ ଫୋନ୍ ଛଡ଼ାଇ ନେଇ ନିଜ ବଙ୍ଗଳାରେ ବନ୍ଧକ ରଖିଥିଲେ। ଡ୍ରାଇଭରଙ୍କୁ ତାଙ୍କ ପତ୍ନୀ ଉଦ୍ଧାର କରିଥିଲେ। ରବିବାର ମଧ୍ୟରାତ୍ରିରେ ଏକ ପୋର୍ସ କାର୍ ଏକ ମୋଟର ସାଇକେଲରେ ଯାଉଥିବା ଦୁଇ ଜଣଙ୍କୁ ଧକ୍କା ଦେଇଥିଲା, ଯେଉଁଥିରେ ଉଭୟ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।

ପୋଲିସ କହିଛି ଯେ ପୋର୍ଶ ସେହି ସମୟରେ ମଦ୍ୟପାନ କରି ଜଣେ ନାବାଳକ କାର୍ ଚଳାଉଥିଲେ। ନାବାଳକ ଅଭିଯୁକ୍ତ ଜଣକ ଜଣେ ରିଅଲ ଇଷ୍ଟେଟ ଡେଭଲପରଙ୍କ ପୁଅ। ଶୁକ୍ରବାର ପୁଣେ ର ଏକ ଅଦାଲତ ଏହି ମାମଲାରେ ନାବାଳିକାଙ୍କ ବାପାଙ୍କୁ ଜୁନ୍ ୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

Get real time updates directly on you device, subscribe now.