fbpx

ସକାଳୁ ସକାଳୁ ଆଇଏଏସ୍ ଅଫିସରଙ୍କ ଘରେ ଲୁଟେରାଙ୍କ ଆତଙ୍କରାଜ, ବିରୋଧ କରିବାରୁ ପତ୍ନୀଙ୍କୁ ହତ୍ୟା

AAKASH

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଶନିବାର ସକାଳେ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ଙ୍କ ଘରେ ଲୁଟେରାମାନେ ଲୁଟପାଟ୍ କରିବା ସହ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି ।

ରାୟବରେଲୀ ସହିତ ବହୁ ଜିଲ୍ଲାରେ ଡିଏମ୍ ଓ ଆହ୍ଲାବାଦରେ ଡିଭିଜନାଲ୍ କମିଶନର ଥିବା ୭୧ ବର୍ଷୀୟ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଡିଏନ୍ ଦୁବେ ଲକ୍ଷ୍ନୌ ଇନ୍ଦିରା ନଗର ଥାନା କ୍ଷେତ୍ର ସେକ୍ଟର ୨୨ରେ ରୁହନ୍ତି । ଶନିବାର ସକାଳେ ଯେତେବେଳେ ସେ ଗଲ୍ଫ ଖେଳି ଫେରିଥିଲେ ସେତେବେଳେ ଦେଖିଥିଲେ କି ତାଙ୍କ ଘରେ ସବୁ ଜିନିଷ ଏଣେତେଣେ ବିଛାଡି ହୋଇପଡିଛି । ଏହା ସହିତ ତାଙ୍କ ପତ୍ନୀ ମୋହିନୀଙ୍କ ମୃତଦେହ ଚଟାଣ ଉପରେ ପଡିଛି । ତାଙ୍କ ବେକରେ ଫାଶ ବନ୍ଧାଯାଇଥିବା ସେ ଦେଖିଥିଲେ । ସେ ତୁରନ୍ତୁ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଡଗ୍ ସ୍କ୍ୱାର୍ଡ ବି ପହଞ୍ଚିଛି । ଏହାସହିତ ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ବି ଚେକ୍ କରାଯାଉଛି । ପୋଲିସ କେସ୍ ରୁଜୁ କରି ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି ଓ ଆଖପାଖ ଲୋକଙ୍କୁ ପଚରାଉଚୁରା ଆରମ୍ଭ କରିଛି ।

Get real time updates directly on you device, subscribe now.