fbpx

ମତଦାନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

AAKASH

ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଦେଶରେ ଷଷ୍ଠ ପର୍ଯ୍ୟୟ ଲାଗି ଭୋଟ ଗ୍ରହଣ ହେଉଥିବା ବେଳେ ମହାମହିମ ରାଷ୍ଟ୍ରପତି ଦିଲ୍ଲୀର ଏକ ପୋଲିଂ ବୁଥରେ ଭୋଟ ଦେଇଥିବାର ଜଣାଯାଇଛି ।

ସେହିପରି ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଦିଲ୍ଲୀର ଏକ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ତାଙ୍କ ସହ ତାଙ୍କର ସହଧର୍ମିଣୀ ସୁଦେଶ ଧନଖଡ ମତଦାନ କରିଛନ୍ତି । ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନରେ ଦିଲ୍ଲୀର ୭ଟି ଲୋକସଭା ଆସନରେ ଶୃଙ୍ଖଳାର ସହିତ ମତଦାନ ଚାଲୁ ରହିଛି ।

Get real time updates directly on you device, subscribe now.