fbpx

ଦୁଲର୍ଭ ସ୍ଥିତି କାରଣରୁ ‘ସ୍ଥାୟୀ ହସ’ ସହ ଜନ୍ମ ହେଲା ଶିଶୁ

ଶିଶୁ ଜନ୍ମ ହେବା ମାତ୍ରେ କାନ୍ଦି ଥାଏ ଏହାତ ସମସ୍ତେ ଜାଣନ୍ତି । କିନ୍ତୁ ଅଷ୍ଟ୍ରେଲିଆର ଏକ ପରିବାରରେ ସ୍ଥାୟୀ ହସ ସହ ଜନ୍ମ ହୋଇଛି ଏକ ଶିଶୁ । ବିରଳ ସ୍ଥାୟୀ ହସ ସହ ଶିଶୁଟିର ଜନ୍ମକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଶିଶୁଟିର ବାପା ମା’ ଶିଶୁର ଏପରି ବିରଳ ସମସ୍ୟା ବିଷୟରେ ଅବଗତ କରାଇବା ପାଇଁ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

୨୦୨୧ ଡିସେମ୍ବର ମାସରେ ଆଏଲା ସମର ମୋଚା ବାଇଲେଟରାଲ ମାକ୍ରୋଷ୍ଟୋମିଆ ଭଳି ଏକ ବିରଳ ସମସ୍ୟା ସହିତ ଜନ୍ମ ଗ୍ରହଣ କରିଥିଲେ । ଶିଶୁଟି ଗର୍ଭରେ ଥିବା ସମୟରେ ପାଟିର କୋଣ ଗୁଡିକ ସଠିକ ଭାବେ ଯୋଡି ହୋଇ ନଥିବାରୁ ଏପରି ସମସ୍ୟା ଦେଖା ଯାଇଛି । ଶିଶୁଟିର ବାପା ମା’ ଶିଶୁଟିକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ କହିଥିଲେ ଆଏଲାର ଓଠ ସାଧାରଣ ନୁହେଁ । ସେମାନେ ଏହା ମଧ୍ୟ କହିଛନ୍ତି ଯେ ଏପରି ମାକ୍ରୋଷ୍ଟୋମିଆ ଭଳି ବିରଳ ସମସ୍ୟାର ଥିବା ଏପର୍ଯ୍ୟନ୍ତ କାହାକୁ ଦେଖି ନାହାନ୍ତି ।

ଦକ୍ଷିଣ ଅଷ୍ଟ୍ରେଲିଆର ଡକ୍ଟରମାନେ ପୂର୍ବରୁ ଏଭଳି ସମସ୍ୟା ବିଷୟରେ ଜାଣି ନଥିଲେ । ଜନ୍ମ ପୂର୍ବରୁ ମଧ୍ୟ ସ୍କାନ ମାଧ୍ୟମରେ ଏହା ଜଣା ପଡ଼ି ନଥିବାରୁ ସେମାନେ ଶିଶୁଟିର ପିତା ମାତାଙ୍କୁ ବିଳମ୍ବରେ ଖବର ଦେଇଥିଲେ । ଆଏଲାର ବାପା ମା ଝିଅର ସର୍ଜରୀ ବିଷୟରେ ଡକ୍ଟରଙ୍କ ସହ ପରାମର୍ଶ ନେଉଥିବା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.