fbpx

ମା କୁ କରୋନା ,ମେଡିକାଲ ଷ୍ଟାଫ ନେଇଛନ୍ତି ୩ମାସର ଝିଅର ଯତ୍ନ

ଭୁବନେଶ୍ୱର, ୧୬ । ୪ (ଓଡ଼ିଶା ଭାସ୍କର): କରୋନ ସଙ୍କଟ ସମୟରେ ଖୁସି ଓ ଆଶାର ଏହା ଏକ ଭିନ୍ନ ଚିତ୍ର । କରେନାରେ ପିଡୀତା ମା ହସପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି ।ଆଉ ତାଙ୍କ ୩ ମାସର ଝିଅର ଯତ୍ନ ନେଉଛନ୍ତି ମେଡିକାଲ କର୍ମଚାରୀ । କିଏ ବୋତଲ ଧରି ଖୁଆଇ ଦେଉଛି ତ ଆଉ କିଏ ଖେଳାଇ ଖେଳାଇ ଶୁଆଉଛି ।ନିଜ କର୍ତ୍ତବ୍ୟ ଭିତରେ ବି ପିଲାଟିର ଯତ୍ନ ନେବାରେ ଟିକେବି ହେଳା କରୁନାହାନ୍ତି । ଛତିଶଗଡର ଏହି ମହିଳାଙ୍କ ୨ ଟି ଝିଅ ଅଛନ୍ତି । ୨୨ ମାସର ବଡଝିଅର ଯତ୍ନ ଘରେ ବାପା ନେଉଥିବା ବେଳେ ସାନର ଯତ୍ନ ନେଉଛନ୍ତି ନର୍ସ । ଝିଅଟି ଯେପରି ସଂକ୍ରମିତ ନହେବ ସେଥିପାଇଁ ପୁରା ଯତ୍ନ ମଧ୍ୟ ନିଆଯାଉଛି । ମାକୁ କରୋନା ହେବା ପରେ ଜେଜେମା ତାର ଦେଖାଶୁଣା କରୁଥିଲେ ହେଲେ ପରେ ସେ ବି ଆକ୍ରାନ୍ତ ହୋଇଗଲେ । ଏଭଳି ଅବସ୍ଥାରେ ମେଡିକାଲର ନର୍ସ ମାନେ ଝିଅର ଯତ୍ନ ନେବାକୁ ଆଗେଇ ଆସିଥିଲେ ।

Get real time updates directly on you device, subscribe now.