fbpx

୮ମାସର ଯାଁଳା ପିଲାଙ୍କୁ ଘରେ ଛାଡି କରୋନା ଡ୍ୟୁଟିରେ ମହିଳା

ଭୁବନେଶ୍ୱର, ୧୬ । ୪ (ଓଡ଼ିଶା ଭାସ୍କର): ଘରେ ୮ମାସର ଯାଁଳା ପିଲା ।ହେଲେ ଏପଟେ କର୍ତ୍ତବ୍ୟ । କରେନା ସଙ୍କଟ ସମୟରେ ପିଲା ପରିବାରଙ୍କୁ ପଛରେ ପକାଇ ଡ୍ୟୁଟି କରୁଛନ୍ତି ଲ୍ୟାବ ଟେକନିସିଆନ । ଖାଲି ସେତିକି ନୁହେଁ ଏଥିପାଇଁ ପ୍ରତିଦିନ ଆକ୍ଟିଭା ଚଲାଇ ୭୫ କିଲୋମିଟର ଯାତ୍ରା କରିବାକୁ ପଡୁଛି । ଖାଲି ଯିବା ଆସିବାରେ ପ୍ରତିଦିନ ଯାଉଛି ୪ ଘଣ୍ଟା । ଏହା ସତ୍ତେ୍ୱ ବି ଡ୍ୟୁଟି ସମୟରେ ମିନିଟଟେ ବି ବିଳମ୍ବ କରୁନାହାନ୍ତି ଏହି ସ୍ୱସ୍ଥ୍ୟକର୍ମୀ ଜଣକ । ପୂର୍ବରୁ ନିଜ ଘରଠୁ ମେଡିକାଲ ପର୍ଯ୍ୟନ୍ତ ବସ୍ରେ ଯିବା ଆସିବା କରୁଥିଲେ ,ହେଲେ ଏବେ ଲକ୍ ଡାଉନ ଯୋଗୁଁ ତାହା ବନ୍ଦ । ତେଣୁ ପ୍ରତିଦିନ ମୟୁରୀ ବେନଙ୍କୁ ସୁରତର କଣଜୋର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାଆସିବା କରିବାକୁ ପଡୁଛି ।

Get real time updates directly on you device, subscribe now.