fbpx

ଖରାପ ସମୟ ଚାଲୁଛି ତ ଘରୁ ଏହି 3ଟି ଜିନିଷକୁ ଦୂର କରିଦିଅ

ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ଖରାପ ସମୟ ଚାଲିଥାଏ, ଯାହା ଆମ ମାନଙ୍କର ଭୁଲ କର୍ମ ଯୋଗୁଁ ଘଟିଥାଏ । ଅସୁବିଧାର ଲାଘବ ପାଇଁ କରିଥିବା ଭୁଲ କର୍ମକୁ ସୁଧାରିବା ପାଇଁ କିଛି ନିତି କୁ ଅବଲମ୍ବନ କରିବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ଅସୁବିଧା ଦୂର କରିବାର କିଛି ତଥ୍ୟ ଯାହା ଚାଣକ୍ୟ ଙ୍କ ଦ୍ଵାରା ନିର୍ମିତ କରାଯାଇଛି ।

ଚାଣକ୍ୟ ଙ୍କ ନିତିର ଅଷ୍ଟମ ଅଧ୍ୟାୟରେ କୁହାଯାଇଛି ଯେ,ମନୁଷ୍ୟ ସେ ପର୍ଯ୍ୟନ୍ତ ଅଶୁଦ୍ଧି ରହିଥାଏ ଯେପର୍ଯ୍ୟନ୍ତ ସେ ଶରୀରରେ ତେଲ ଲଗାଇବା ପରେ, ଚିତାରେ ନିଆଁ ଦେବାପରେ, ସ୍ତ୍ରୀ ପ୍ରସନ୍ନ କଲା ପରେ, ବାଳ କଟିଲା ପରେ ସ୍ନାନ କରିନଥାଏ । ସ୍ନାନ କଲା ପରେ ସେ ଶୁଦ୍ଧି ହୁଏ ।

ମଣିଷ ଭଲରେ ବଞ୍ଚିବାକୁ ଓ ସମାଜରେ ମୁଣ୍ଡ ଉପରକୁ କରିକି ଚାଲିବାକୁ ହେଲେ ମାନ ସମ୍ମାନ ଅତ୍ୟନ୍ତ ଜରୁରୀ । ମାନ ସମ୍ମାନ ଧନ ଠାରୁ ବହୁତ ମୂଲ୍ୟବାନ । ନିକୃଷ୍ଟ ଲୋକ ମାନେ ଧନର କାମନା କରନ୍ତି, ମଧ୍ୟମ ଶ୍ରେଣୀର ଲୋକମାନେ ଧନ ଓ ସମ୍ମାନ ଏହି ଦୁଇଟି ଜିନିଷର କାମନା କରନ୍ତି । ଉତ୍ତମ ଶ୍ରେଣୀର ଲୋକମାନେ କେବଳ ସମ୍ମାନ ଚାହାନ୍ତି । କାରଣ ମହାତ୍ମା ମାନଙ୍କର ଧନ ହେଉଛି ସମ୍ମାନ ।

ଆଖୁ, କ୍ଷୀର,ଜଳ,ପାନ, ଫଳ ଓ ଔଷଧ ଆଦି ସେବନ କରି ଦାନ ଭଳି ପୁଣ୍ୟ କାର୍ଯ୍ୟ କରିପାରିବା, ଦୀପର ପ୍ରଯୋଲନ ଅନ୍ଧକାରକୁ ନଷ୍ଟ କରିଦିଏ ଓ କଳାକୁ ଜନ୍ମ ଦିଏ । ସେହିପରି ମଣିଷ ଯେପରି ଅନ୍ନ ଖାଇଥାଏ ତାର ସନ୍ତାନ ମଧ୍ୟ ସେହିଭଳି ହୋଇଥାନ୍ତି ।

Get real time updates directly on you device, subscribe now.