‘ଅଶୁଭ ହେଲା ୨୦୨୫’: ଉଜାଡ଼ି ଦେଲା ପରିବାର, ଶୂନ୍ୟ ହେଲା ମା’ କୋଳ

ଅଭିଷାପ ପାଲଟିଯାଇଛି ଏହି ବର୍ଷ । ୬ ମାସ ଭିତରେ ଘଟିଗଲାଣି ବଡ଼ ଦୁର୍ଘଟଣା ।

ଓଡ଼ିଶା ଭାସ୍କର: ଚଳିତବର୍ଷ ଭାରତ ପାଇଁ ଅଶୁଭ । କାରଣ ବର୍ଷ ଆରମ୍ଭରୁ ବଡ଼ ବଡ଼ ଦୁର୍ଘଟଣାର ମୁକସାକ୍ଷୀ ପାଲଟିଛି ଭାରତ ।
ବହୁଜଣଙ୍କ ଜୀବନ ଚାଲିଯିବା ସହ, ଅନେକ ପରିବାର ଓ ମା’ କୋଳ ଖାଲି କରି ଦେଇଛି ୨୦୨୫ । ଏହି ବର୍ଷ ଯେତିକି ଉପଲବ୍ଧି କରି ନାହିଁ ତା’ ଠାରୁ ଅଧିକ କିଛି ହରାଇଛି ।

ମହାକୁମ୍ଭ
ବର୍ଷ ଆରମ୍ଭ ହେଲା ମହାକୁମ୍ଭର ପବିତ୍ର ସ୍ଥାନରୁ । ମହାକୁମ୍ଭକୁ ନେଇ ଉଭୟ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଥିଲା । ଯେଉଁଠାରେ ଦୁର୍ଘଟଣା ହେବା ନେଇ କୌଣସି ଆସଙ୍କା ନ ଥିଲା, ସେଠାରେ ବଡ଼ ଦୁର୍ଘଟଣା ଘଟି ୩୭ ଜଣ ପ୍ରାଣ ହରାଇଲେ ।

ଜାନୁୟାରୀ ୨୯ ତାରିଖରେ ପ୍ରୟାଗରାଜ ମହାକୁମ୍ଭରେ ଶାହି ସ୍ନାନ ପାଇଁ ଘାଟରେ ଭିଡ଼ କାରଣରୁ ଭକ୍ତଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ମହାକୁମ୍ଭରେ ଏକକାଳିନ ୨ରୁ ଅଧିକ ଥର ଦଳାଚକଟା ହୋଇଛି ଯେଉଁଥିରେ ମୋଟ ୮୨ ଜଣ ପ୍ରାର ହରାଇଛନ୍ତି ।

ଦିଲ୍ଲୀ ଷ୍ଟେଶନ୍ ଦଳାଚକଟା
ଫେବୃଆରୀ ୧୫ ତାରିଖ ରାତିରେ ଦିଲ୍ଲୀ ରେଳଷ୍ଟେଶନରେ ଯାତ୍ରୀଙ୍କ ମଧ୍ୟରେ ହୋଇଥିଲା ଠେଲାପେଲା । ଦଳାଚକଟାର ଶିକାର ହୋଇଥିଲେ ଅନେକ ଯାତ୍ରୀ ଯାହାପାଇଁ ଷ୍ଟେଶନରେ ପ୍ରାଣ ହରାଇଥିଲେ ୧୮ ଜଣ ।
ପ୍ଲାଟଫର୍ମ ୧୨ ଓ ୧୪ରେ ଏ ଅଘଟଣ ଘଟିଥିଲା । ମହାକୁମ୍ଭକୁ ଯିବା ପାଇଁ ରେଳ ଷ୍ଟେଶନରେ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା ।
ପହଲଗାମ ଆଟାକ୍କ

ଜମ୍ମୁକଶ୍ମୀର ପହଲଗାମରେ ଆତଙ୍କବାଦୀ କଲେ ବଡ଼ ଆକ୍ରମଣ । ଯେଉଁଥିରେ ୨୭ରୁ ଅଧିକ ଲୋକ ପ୍ରାଣ ହରାଇଲେ । ପରିବାର ସହ କ୍ୱାଲିଟି ଟାଇମ ବିତାଇବାକୁ ମିନି ସୁଇଜରଲ୍ୟାଣ୍ଡ ପହଲଗାମ ଯାଇଥିବା ଲୋକଙ୍କୁ ଅତର୍କିି ଆକ୍ରମଣ କଲେ ଆତଙ୍କୀ ।

ସ୍ତ୍ରୀ, ଝିଅ ଛୋଟ ପିଲାଙ୍କ ଆଗରେ ଆତଙ୍କାବଦୀ ମାରିଦେଲେ ସେମାନଙ୍କ ପ୍ରିୟ ଜନକଙ୍କୁ । ଆତଙ୍କବାଦୀମାନେ ଅନେକଙ୍କୁ ଉଲଗ୍ନ କରି ହତ୍ୟା କଲେ । ପୁରୁଷମାନେ ଥିଲେ ସେମାନଙ୍କ ଟାର୍ଗେଟ ।

ଏ ଘଟଣା ଅନେକଙ୍କ ସୁଖ ସଂସାର ଭାଙ୍ଗିବା ସହ ପରିବାରକୁ ମଧ୍ୟ ଉଜାଡ଼ି ଦେଲା । ଘଟଣା ଏତେ ମର୍ମାହତ ଥିଲା ଯେ, ବିଦେଶ ଗସ୍ତରେ ଥିବା ମୋଦି ଅଧାରୁ ଭାରତ ଫେରିଆସିଥିଲେ ।

ପାକିସ୍ତାନ ଯୁଦ୍ଧସ୍ଥିତି
ପହଲଗାମ୍ ଆକ୍ରମଣର ଜବାବ ଦେବା ପାଇଁ ଭାରତ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କଲା । ୯ ଆତଙ୍କୀ ଅଡ୍ଡାକୁ ଧ୍ୱସ୍ତ କଲା ଭାରତୀୟ ସେନା । ହେଲେ ୩ ଦିନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଲା । ଉଭୟ ପଟୁ ମିଶାଇଲ ମାଡ଼ ସାଙ୍ଗକୁ ଗୋଳାବାରୁଦ ଫୁଟିଲା । ଏକାଧିକ ଯବାନ ସହିଦ୍ ହେବା ସହ ସାଧାରଣ ଲୋକଙ୍କ ଧନ ଜୀବନ ନଷ୍ଟ ହୋଇଛି ।

RCB ବିଜୟ
ଚଳିତ ବର୍ଷ ଆଇପିଏଲ୍ ଆରସିବି ସପୋର୍ଟସଙ୍କ ପାଇଁ ଖୁସି ଆଣିଥିଲା । ହେଲେ ବେଙ୍ଗାଲୁରୁ ଷ୍ଟାଡିୟମ ବାହାରେ ଆରସିବି ବିଜୟ ପରେଡ୍ ସମାରୋହରେ ଦଳାଚକଟା ହୋଇ ପ୍ରାଣ ହାରିଲେ ୧୧ ଜଣ । ଯେଉଁମାନଙ୍କ ଭିତରେ କିଛି ଛୋଟ ପିଲା ମଧ୍ୟ ରହିଛନ୍ତି ।

ଘଟଣାରେ ୪୭ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ପରିବାର ଏବେବି ଶୋକରେ ଅଛନ୍ତି । ଏଭଳି ଗଭୀର ଆଘାତ ଭରି ନ ଥିବାବେଳେ ଗତକାଲି ଅହମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ୩୦୦ ଲୋକଙ୍କ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଛି ।

ବିମାନରେ ଥିବା ୨୪୨ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ଦେଇ ବାକି ସମସ୍ତେ ପ୍ରାଣ ହରାଇଛନ୍ତି । ଏଥିସହିତ ୫ରୁ ଅଧିକ ମେଡିକାଳ ଛାତ୍ରଙ୍କ ଜୀବନ ମଧ୍ୟ ଚାଲିଯାଇଛି ।

ଆହତଙ୍କ ଚିକିତ୍ସା ଚାଲିଛି । ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ିଯିବା କାରଣରୁ ମୃତଦେହ ଚିହ୍ନଟ ସମ୍ଭବପର ହୋଇନାହିଁ । ଘରଲୋକଙ୍କ ଡିଏନଏ ନମୁନା ସଂଗ୍ରହ କରାଯିବା ସହ ସେମାନଙ୍କ ପରିବାରକ ଦରପୋଡ଼ା ମରଶରୀରପଠାଯିବାର ବ୍ୟବସ୍ଥା କରାଯିବ ।