fbpx

ବଡ଼ ମା’କୁ ମଦ ପିଆଇ ଅଚେତ ଅବସ୍ଥାରେ ଦୁଷ୍କର୍ମ କଲା ପୁତୁରା, ଯୁବକ ଅଟକ

ସମ୍ବଲପୁର,(ଭାସ୍କର ନ୍ୟୁଜ୍): ଧମା ଥାନାଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ନିଜ ବଡ଼ ମା’କୁ ମଦ ପିଆଇ ଅଚେତ ଅବସ୍ଥାରେ ପୁତୁରା ଦୁଷ୍କର୍ମ କରିଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି । ଆଇଆଇସି ତାରାବତୀ ପ୍ରଧାନ ଏକ ବଳାତ୍କାର ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ମହିଳା (୫୦)ଙ୍କ ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତ ଶ୍ରୀକାନ୍ତ କୋକ (୩୦) ନାମକ ଜଣେ ଯୁବକକୁ ଅଟକ ରଖାଯାଇଛି ।

ପୁଲିସ୍‌ ସୂଚନାନୁସାରେ ଗତକାଲି ସନ୍ଧ୍ୟାରେ ପୁତୁରା ତଥା ଅଭିଯୁକ୍ତ ଶ୍ରୀକାନ୍ତ ବଡ଼ ମା’ଙ୍କୁ ମଦ ପିଆଇଥିଲା । ମଦ ଅପମିଶ୍ରିତ ଥିବା ପୁଲିସ୍‌ ଆଶଙ୍କା ପ୍ରକଟ କରିଛି । ତେଣୁ ମହିଳା ଜଣକ ରାତି ସାରା ଅଚେତ ଅବସ୍ଥାରେ ରହିଥିଲେ । ଏହି ଅବସ୍ଥାରେ ଅଭିଯୁକ୍ତ ଶ୍ରୀକାନ୍ତ ମହିଳାଙ୍କୁ ବଳାତ୍କାର କରିଥିଲା । ପଡ଼ିଶା ଘର ସମ୍ପର୍କୀୟମାନେ ଏହା ଦେଖିବାକୁ ପାଇଥିଲେ । ସକାଳୁ ଚେତା ଫେରିବା ପରେ ଘଟଣା ସଂକ୍ରାନ୍ତରେ ମହିଳା ଜଣକ ଜାଣିବାକୁ ପାଇଥିଲେ । ପରେ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ପୁଅ, ବୋହୂ, ଝିଅ, ଜ୍ୱାଇଁଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଓ ମହିଳାଙ୍କ ପୁଅ ବୋହୂ ଏନେଇ ଥାନାରେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.