fbpx

(Video) ବଡ଼ଭାଇକୁ ହାଣିଲା ସାନଭାଇ: ପୋଲିସ ଶୁଣୁନଥିବା ଅଭିଯୋଗ କଲେ ପତ୍ନୀ, ସିସିଟିଭିରେ କଏଦ ଆକ୍ରମଣର ଦୃଶ୍ୟ

ବଡ ଭାଇକୁ ହାଣିଲା ସାନ ଭାଇ । ଘଟଣା ଘଟିଛି  ଭୁବନେଶ୍ୱର ଏୟାରଫିଲ୍ଡ ଥାନା ବୋତଣ୍ଡା ଅଞ୍ଚଳରେ  । ପାରିବାରିକ କଳହ ପାଇଁ ବଡ ଭାଇକୁ ସାନଭାଇ ମରଣାସ୍ତ୍ରରେ କରିଛି ଆକ୍ରମଣ । ଆଉ ଏହି ଘଟଣାର ସିସିଟିଭି ଫୁଟେଜ୍ କଏଦ ହୋଇଛି । ଅଭିଯୁକ୍ତ ଜଣକ ବୋତଣ୍ଡା ଅଞ୍ଚଳର ପାକା ବୋଲି ଜଣାପଡିଛି । ପାକା ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି ।

ସେପଟେ ପୂର୍ବରୁ ସେମାନଙ୍କୁ ଧମକାଇଥିବା ଏବଂ ଶେଷରେ ଗତ ୩୦ ତାରିଖ ରାତିରେ ସାନଭାଇ ମାରଣାସ୍ତ୍ରରେ ସ୍ୱାମୀଙ୍କୁ ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି ପିଡ଼ୀତଙ୍କ ସ୍ତ୍ରୀ, ଏହା ସହ ପୋଲିସ୍ ଏହି ମାମଲାରେ କିଛି ଶୁଣୁନଥିବା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.