fbpx
BJD SKY
BJD SKY

ୟୁପି ନିର୍ବାଚନ: ଗୋରଖପୁରରୁ ନାମାଙ୍କନ ଭରିଲେ ଯୋଗୀ, ଉପସ୍ଥିତ ରହିଲେ ଅମିତ ଶାହ

BJD

ନୂଆଦିଲ୍ଳୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ଆଜି ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ରୁଦ୍ରାଭିଷେକ କରିଥିଲେ । ନାମାଙ୍କନ ଦାଖଲ ବେଳେ ତାଙ୍କ ପାଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତମାନେ ମଧ୍ୟ ଯୋଗୀଙ୍କ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ପୂର୍ବରୁ ଶାହା ଏକ ସାଧାରଣ ସଭାରେ ସମ୍ବୋଧିତ କରି କହିଥିଲେ, ଯୋଗୀଜୀଙ୍କ ନାମାଙ୍କନ ସହିତ ଆଜି ପୁଣି ଥରେ ଏଠାରୁ ୩୦୦ଅତିକ୍ରମ କରିବାର ସଂକଳ୍ପ ନେଇ ଭାଜପା ପୁରା ୟୁପିରେ ଆଗକୁ ବଢୁଛି । ଉତ୍ତରପ୍ରଦେଶରେ ଆଜି ପୁଣି ଥରେ ଭାଜପା ଇତିହାସର ପୁନରାବୃତ୍ତି କରିବାକୁ ଯାଉଛି । ୨୦୧୪, ୨୦୧୭ ଏବଂ ୨୦୧୯ ନିର୍ବାଚନରେ ଉତ୍ତରପ୍ରଦେଶର ଲୋକମାନେ ମୋଦିଜୀଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶର ବିକାଶ ପାଇଁ ବହୁ ସଂଖ୍ୟରେ ଭୋଟ ଦେଇଛନ୍ତି । ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.