fbpx

୭ ରୁ ଖୋଲୁଛି ସ୍କୁଲ, କଲେଜ୍: ପାଠପଢ଼ା ସମୟ ନିର୍ଦ୍ଧାରଣ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଫେବୃଆରୀ ୭ ଓ ୧୪ ଫେବୃଆରୀରୁ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିଛନ୍ତି । ୭ ତାରିଖରୁ ଅଷ୍ଟମ ଏବଂ ଏହାର ଉପର କ୍ଲାସ ଖୋଲିବାକୁ ଥିବାବେଳେ । ଫେବୃଆରୀ ୧୪ରୁ କେଜି ରୁ ସପ୍ତମ ଶ୍ରେଣୀ କ୍ଲାସ୍ ଖୋଲିବାକୁ ଯାଉଛି ।

ତେବେ କେତେ ସମୟ ଧରି ଏବଂ କେତେବେଳେ ପାଠପଢ଼ା ଆରମ୍ଭ ହେବ ସେନେଇ ଗଣଶିକ୍ଷା ପକ୍ଷରୁ ସୂଚନା ଦିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଦିନ ୧୦ ଟାରୁ ୧ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା । ଦିନ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ସମସ୍ତ ଶିକ୍ଷାନୁଷ୍ଠାନ ଓ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଚିଠି । ସ୍କୁଲ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ ଚିଠି । ଆଦର୍ଶ ବିଦ୍ୟାଳୟ ସଙ୍ଗଠନ, ବିଏସଇ, ସିଏଚଏସଇ, ଓସେପାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.