fbpx
BJD SKY
BJD SKY

ହଠାତ କୁଆଡେ ଗାଏବ ହୋଇଯାଇଛନ୍ତି ନୋରା ଫତେହି: ଇନଷ୍ଟାରେ ମିଳୁନି ଆକାଉଣ୍ଟ

BJD

ମୁମ୍ବାଇ: ବଲିଉଡର ‘ଦିଲବର’ ଗାର୍ଲ ନୋରା ପତେହିଙ୍କର ମିଳୁନି ପତ୍ତା । ପ୍ରଶଂସକଙ୍କ ପାଇଁ ଆସିଛି ଦୁଃଖଦ ଖବର । ନୋରା ହଠାତ କୁଆଡେ ଗାଏବ ହୋଇଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସେଶିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରୁ ନୋରା ଗାଏବ ହୋଇଯାଇଥିବା ଜଣାଯାଇଛି । ଏକ ଫଟୋ ଶେୟର କରିବା ପୂର୍ବରୁ ଆଉ ତାଙ୍କ ଆକାଉଣ୍ଟ ଦେଖିବାକୁ ମିଳୁନାହିଁ । ତେବେ ସେ ନିଜେ ଇନଷ୍ଟାଗ୍ରାମରୁ ରିମୋଭ ହୋଇଛନ୍ତି ନା ତାଙ୍କ ଆକାଉଣ୍ଟକୁ ଡିଲିଟ କରାଯାଇଛି ସେ ନେଇ ଉଠିଛି ପ୍ରଶ୍ନ । ନୋରାଙ୍କ ଆକାଉଣ୍ଟ ଗାଏବ ହେବା ପରେ ବ୍ୟସ୍ତ ହୋଇପଡିଛନ୍ତି ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ।


୨୦ ଘଣ୍ଟା ପୂର୍ବରୁ କିଛି ଫଟୋ ଶେୟର କରିଥିଲେ ଇନଷ୍ଟା କୁଇନ ନୋରା । ଦୁଇଟି ସିଂହ ସହିତ ତାଙ୍କର ଏହି ଫଟୋ ସେ ପୋଷ୍ଟ କରିଥିଲେ । ଯାହାକୁ ନେଇ ଅନେକ ପ୍ରଶଂସକ ଏହି ପୋଷ୍ଟରେ କମେଣ୍ଟ ମଧ୍ୟ କରିଥିଲେ । କିନ୍ତୁ ଏହି ପୋଷ୍ଟ ପରେ ତାଙ୍କ ଆକାଉଣ୍ଟ ଆଉ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳୁନାହିଁ । ସେଶିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ନୋରା ଏବେ ଇନଷ୍ଟାଗ୍ରାମରେ ଗାଏବ ଅଛନ୍ତି ।

Get real time updates directly on you device, subscribe now.