fbpx

ଖୋଳା ହେଲା ଏମାର ମଠ: ରୁପା ଇଟା ଥିବା ନେଇ କରାଯାଉଥିଲା ଯାଞ୍ଚ

ପ୍ରଶାସନ ପକ୍ଷରୁ ପୁଣି ଥରେ ଏମାର ମଠ ଯାଞ୍ଚ କରାଯାଇଛି । ଗତ ସେପ୍ଟେମ୍ବର ୧୬ ତାରିଖରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକନିକ୍ କରି ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ୩ଟି ସ୍ଥାନରେ ଗୋଲ ଚିହ୍ନଟ କରାଯାଇ ଖୋଳାଯିବା ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଥିଲା । ତେବେ ଆଜି ଶୁକ୍ରବାର ଏହି ଚିହ୍ନିତ ସ୍ଥାନରେ ଖୋଳାଯାଇଥିଲା । ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ବତନ୍ତ୍ର ଟିମ୍ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା, ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ତହସିଲଦାର, ଏଣ୍ଡାମେଣ୍ଟ ଅଧିକାରୀ ଆଦି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଯାଞ୍ଚ କାର୍ଯ୍ୟ ଚାଲିଥିବା ଦେଖା ଯାଇଛି। ତେବେ ତାଜା ସୂଚନା ଅନୁଯାୟୀ ଚିହ୍ନିତ ହୋଇଥିବା ସ୍ଥାନରୁ କୌଣସି ରୁପା ଜିନିଷ ମିଳିନାହିଁ । କେବଳ ଏକ ଲୁହା ଖଣ୍ଡ ମିଳିଥିବାର ସୂଚନା ରହିଛି । ସେପଟେ ମଠରୁ ପୁନରୁଦ୍ଧାର ପାଇଁ ମଧ୍ୟ ଦାବି ହୋଇଛି ।

ପୂର୍ବରୁ ୫୨୨ ଓ ପରେ ୪୫ଖଣ୍ଡ ରୂପା ଇଟା ଏମାର ମଠରୁ ଜବତ ହୋଇଥିଲା। ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାର ମଠ ଯାଞ୍ଚ କରିଛି । ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକନିକ ଯାଞ୍ଚ କରାଯାଉଛି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ବତନ୍ତ୍ର ଟିମ୍ ଯାଞ୍ଚ କାର୍ୟ୍ୟରେ ନିୟୋଜିତ ଅଛନ୍ତି। ଜିଲ୍ଲା ପ୍ରସାସନ, ଶ୍ରୀମନ୍ଦିର ପ୍ରସାସନ ତଦାରଖରେ ଚାଲିଛି ଯାଞ୍ଚ କାର୍ଯ୍ୟ । ମଠ ପରିଚାଳନା ଦାୟିତ୍ୱରେ ଥିବା ଉତ୍ତରପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସଙ୍କ ଲିଖିତ ନିବେଦନକୁ ବିଚାରକରି ଏହି ଯାଞ୍ଚ କରାଯାଉଥିବା କୁହାଯାଇଛି ।

Get real time updates directly on you device, subscribe now.