fbpx
BJD SKY
BJD SKY

ବିଶ୍ୱକପରେ ଭାଙ୍ଗିଲେ ଶିଖର ଧୱନଙ୍କ ୧୪ ବର୍ଷ ପୁରୁଣା ରେକର୍ଡ: ବର୍ତ୍ତମାନ ଆଇପିଏଲରେ ଛାଣିବେ ଟଙ୍କା

BJD

ନୂଆଦିଲ୍ଳୀ: ଚଳିତ ୧୯ ବର୍ଷରୁ କମ ବିଶ୍ୱକପରେ ବେବି ଏବି ନାମରେ ପ୍ରସିଦ୍ଧି ହାସଲ କରିଥିବା ଡେୱାଲ୍ଡ ବ୍ରେଭିସ୍ ପୁଣି ଥରେ ଚର୍ଚ୍ଚାରେ । ଦୀର୍ଘ ୧୪ ବର୍ଷ ତଳର ବିଶ୍ୱକପ୍ ରେକର୍ଡ ଭାଙ୍ଗିଥିବା ବେଳେ ଶିଖର ଧୱନଙ୍କୁ ପଛରେ ପକାଇଛନ୍ତି ବ୍ରେଭିସ୍ । ୧୮ ବର୍ଷୀୟ ବ୍ରେଭିସ୍ ଚଳିତ ବିଶ୍ୱକପରେ ୫୦୬ ରନ କରିବା ସହିତ ୨୦୦୮ ବିଶ୍ୱକପରେ ଧୱନ କରିଥିବା ରେକର୍ଡକୁ ପଛରେ ପକାଇଛନ୍ତି । ଏହା ସହିତ ଦ୍ୱିତୀୟ ଖେଳାଳି ଭାବରେ କୌଣସି ବିଶ୍ୱକପ୍ ସଂସ୍କରଣରେ ୫୦୦ ରନ ଅତିକ୍ରମ କରିଛନ୍ତି । ୨୦୦୮ରେ ଧୱନ ୫୦୫ ରନ କରିଥିବା ବେଳେ ବ୍ରେଭିସ୍ ୫୦୬ ରନ ସହିତ ଟୁର୍ଣ୍ଣାମେଣ୍ଟ ଶେଷ କରିଛନ୍ତି ।

ବିଶ୍ୱକପରେ ଦକ୍ଷିଣ ଆଫ୍ରିକା କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବା ବେଳେ ବେବି ଏବି କିନ୍ତୁ ଆଇପିଏଲ କଣ୍ଟ୍ରାକ୍ଟର ନିକଟତର ହୋଇଛନ୍ତି । ବେବି ଏବି ଚଳିତ ଟୁର୍ଣ୍ଣାମେଣ୍ଟରେ ୧୮ଟି ଛକା ମାରିବା ସହିତ ସବୁଠୁ ଶୀର୍ଷରେ ରହିଛନ୍ତି । ବ୍ରେଭିସ୍ଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଥିବା ବେଳେ ଏହା ଫ୍ରାଞ୍ଚାଇଜିଙ୍କୁ ଆକୃଷ୍ଟ କରିବ । ଏକାଧିକ ଫ୍ରାଞ୍ଚାଇଜି ବ୍ରେଭିସଙ୍କୁ ନେବା ପାଇଁ ପ୍ରୟାସ କରି ପାରନ୍ତି ।

Get real time updates directly on you device, subscribe now.