fbpx
BJD SKY
BJD SKY

ମେଗା ଅକ୍ସନ ପାଇଁ PSL ଛାଡି ଦଳରେ ଯୋଗ ଦେଲେ ସୁପର ଜିଆଣ୍ଟସର ସୁପରଷ୍ଟାର

BJD

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ଆରମ୍ଭ ହୋଇସାରିଛି ଅଙ୍କକଷା । ଷ୍ଟାର ଖେଳାଳିମାନଙ୍କ ନିଜ ଦଳରେ ସାମିଲ କରିବା ପାଇଁ ହିସାବ କରୁଛନ୍ତି ୧୦ଟି ଦଳ । ଏହି ସମୟରେ ଲକ୍ଷେ୍ନø ସୁପର ଜିଆଣ୍ଟସ ଦଳ ତରଫରୁ ଆସି ପହଞ୍ଚିଛି ଏକ ବଡ ଖବର । ଫେବୃୟାରୀ ୧୨ରୁ ଆରମ୍ଭ ହେବାକୁ ଥିବା IPLର ମେଗା ଅକ୍ସନ ପୂର୍ବରୁ ଦଳକୁ ସାଥ ଦେବା ପାଇଁ ଫେରିଛନ୍ତି କୋଚ ଆଣ୍ଡି ଫ୍ଲାୱାର । ତେବେ ଏଥିପାଇଁ ତାଙ୍କୁ ପାକିସ୍ତାନ ସୁପର ଲିଗ(PSL) କୁ ଅଧାରୁ ଛାଡି ଆସିବାକୁ ପଡିଛି ।

Happy and proud to be in Pakistan again: Andy Flower

ଆଣ୍ଡି ଫ୍ଲାୱାର PSLରେ ମୁଲତାନ ସୁଲତାନ ଦଳର କୋଚ ଭାବେ ନିଯୁକ୍ତି ହୋଇଥିଲେ । ତେବେ ମେଗା ଅକ୍ସନ ପୂର୍ବରୁ ସେ ଦଳ ସହିତ ଯୋଡି ହେବା ପାଇଁ ଟୁର୍ଣ୍ଣାମେଣ୍ଟ ଅଧାରୁ ଫେରିଛନ୍ତି । କିନ୍ତୁ ଭର୍ଚୁଆଲ ମାଧ୍ୟମରେ ଦଳ ସହିତ ସେ ଯୋଡି ହୋଇ ରହିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏବଂ ଅକ୍ସନ ପରେ ପୁଣି ଥରେ ଦଳ ସହିତ ଯୋଡି ହେବେ ଫ୍ଲାୱାର । ତେବେ ପୁଣିଥରେ ଲକ୍ଷେ୍ନø ରାହୁଲ-ଆଣ୍ଡି ଫ୍ଲାୱାର ଯୋଡିକୁ ବେଶ ଉତ୍ସ୍ରାହ ଦେଖିବାକୁ ମିଳିଛି । ଗତ ଦୁଇଟି ସିଜନରେ ପଞ୍ଜାବ କିଙ୍ଗସ ତରଫରୁ ସେ କୋଚ ପଦବୀରେ ରହିଥିଲେ ଏବଂ ରାହୁଲ ଅଧିନାୟକ ଭାର ସମ୍ଭାଳିଥିଲେ । କିନ୍ତୁ ଚଳିତବର୍ଷ ରାହୁଲ ଲକ୍ଷେ୍ନø ଦଳର ନେତୃତ୍ୱ ନେଉଥିବା ବେଳେ ଫ୍ଲାୱାର କୋଚ ଦାୟିତ୍ୱ ବହନ କରିବେ ।

IPL 2022: Andy Flower steps down from coaching role at Punjab Kings - Firstcricket News, Firstpost

Get real time updates directly on you device, subscribe now.