fbpx

ଭୁବନେଶ୍ୱରରୁ ଜାମତାରା ଗ୍ୟାଙ୍ଗ ସଦସ୍ୟ ଗିରଫ ଘଟଣା: ଅଜଣା ନମ୍ବର ପ୍ରତି ସତର୍କ ରହିବାକୁ କହିଲେ ଏଡିଜି

ଭୁବନେଶ୍ୱରରୁ ଜାମତାରା ଗାଙ୍ଗ ସଦସ୍ୟ ଗିରଫ ଘଟଣା । ଅନଲାଇନ ଠକେଇ ନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ପ୍ରେସମିଟ୍ । ପ୍ରେସମିଟରେ ଘଟଣା ବର୍ଣ୍ଣନା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଏଡିଜି କହିଛନ୍ତି ଯେ ‘ଏହି ଏଜେଣ୍ଟମାନଙ୍କ ଦ୍ୱାରା ୭ଟି ରାଜ୍ୟର ୫୫ ଟି ଠକେଇର ତଥ୍ୟ ମିଳିଛି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ଏହା ସହ ଜାମତାରା ଗ୍ୟାଙ୍ଗ ମାଷ୍ଟରମାଇଣ୍ଡର ମଧ୍ୟ ସୁରାକ ମିଳିଛି । ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡର ହୋଇଥିବା ସୂଚନା । ମାଷ୍ଟରମାଇଣ୍ଡ ସିଧାସଳଖ ବ୍ୟାଙ୍କ ଖାତାରୁ ଟଙ୍କା କାଢ଼ିନେଉଥିଲା ।’

ଏଡିଜି ଆହୁରି କହିଛନ୍ତି ଯେ ‘ମାଷ୍ଟରମାଇଣ୍ଡ ଏଜେଣ୍ଟମାନଙ୍କୁ ସର୍ତ୍ତମୂଳକ ଭାବେ ଲୁଟ୍ ଟଙ୍କା ଦେଉଥିଲା । ଜାମତାରା ଗ୍ୟାଙ୍ଗକୁ ଡାଟା ଯୋଗାଉଥିବା ବ୍ୟକ୍ତିର ତଥ୍ୟ ମିଳିଛି । ୨୦ ହଜାର ଡାଟା ପାଇଁ ୫ ହଜାର ଟଙ୍କା ନେଉଥିଲା । ସମ୍ପୃକ୍ତ ଅଭିଯୁକ୍ତ ମୁମ୍ବାଇର ହୋଇଥିବା ସୂଚନା । କୌଣସି ସରକାରୀ ସଂସ୍ଥା ନାଁରେ ମେସେଜ ଆସିଲେ ସତର୍କ ରୁହନ୍ତୁ । ବ୍ୟାଙ୍କ କିମ୍ବା କୌଣସି ସଂସ୍ଥା ୧୦ ଡିଜିଟ ନମ୍ବରରୁ ମେସେଜ ପଠାନ୍ତିନାହିଁ । ସର୍ବାଧିକ ୪୫ ଟି ଠକେଇ ମାମଲା ତେଲେଙ୍ଗାନାରେ ଦାୟର ହୋଇଛି । ଅଜଣା ନମ୍ବରରୁ ଆସିଥିବା କଲ୍, ମେସେଜ୍ ପ୍ରତି ସତର୍କ ରହିବାକୁ କହିଲେ ଏଡିଜି । କୌଣସି ବ୍ୟକ୍ତିଗତ ନମ୍ବରରୁ କେହି କଲ୍ କରି ଡାଟା ମାଗିଲେ ସତର୍କ ରୁହନ୍ତୁ । କେୱାଇସି ଅପଡେଟ ବା ଓଟିପି ନମ୍ବର ଆଦୌ ଶେୟାର କରନ୍ତୁ ନାହିଁ । ଆସୁଥିବା ଅଜଣା କଲ୍ ନ୍ୟାସନାଲ ସାଇବର କ୍ରାଇମ ପୋର୍ଟାଲରେ ଜଣାଇବା ନେଇ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୯ ତାରିଖରେ ଭୁବନେଶ୍ୱରରୁ ଜାମତାରା ଗ୍ୟାଙ୍ଗର ୩ ଠକଙ୍କୁ ଗିରଫ ପରେ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଗିରଫ ତିନିଜଣକ ମଧ୍ୟରୁ ୨ ଅଭିଯୁକ୍ତ ଝାଡ଼ଖଣ୍ଡର ପ୍ରଧୁମ ମଣ୍ଡଳ ଓ କ୍ରିଷ୍ଣ କୁମାର ମଣ୍ଡଳ । ଅନ୍ୟ ଜଣେ ଅଭିଯୁକ୍ତ ଧାନବାଦର ଚେତଲାଲ ମଣ୍ଡଳ । ସେମାନେ ଡିସେମ୍ବର ୨୮ରୁ ଭୁବନେଶ୍ୱରରେ ଆସି ରହୁଥିଲେ । ରସୁଲଗଡ଼ରେ ଏକ ଭଡ଼ା ଘର ନେଇ ଚଳାଇଥିଲେ ନେଟୱର୍କ । ଲୋକଙ୍କୁ ଏସଏମଏସ, ଗିଫ୍ଟ କାର୍ଡ ଯୋଜନା, କେୱାଇସି ଅପଡେଟ ନାଁରେ ଠକୁଥିଲେ ଏହି ଠକ ।

Get real time updates directly on you device, subscribe now.