fbpx
BJD
BJD SKY
BJD SKY

ଭୁବନେଶ୍ୱର AIIMSରେ ଆରମ୍ଭ ହେବ OPD ସେବା: ଏହି ତାରିଖରୁ ଆରମ୍ଭ ହେବ ସେବା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ଭୁବନେଶ୍ୱର ସ୍ଥିତ ଏମ୍ସରେ ପୁନର୍ବାର ଆରମ୍ଭ ହେବାକୁ ଯାଉଛି ଓପିଡି ସ୍ୱାସ୍ଥ୍ୟ ସେବା । ଓମିକ୍ରନର ଭୟାବହତାକୁ ଦୃଷ୍ଟିରେ ରଖି ଏମ୍ସରେ ଓପିଡ଼ି ଚିକିତ୍ସା ବ୍ୟବସ୍ଥା ବନ୍ଦ କରାଯାଇଥିଲା । କେବଳ ଅନଲାଇନ ଓ ଜରୁରୀ ସ୍ୱାସ୍ଥ୍ୟ ସେବା ଜାରି ରହିଥିଲା । ବର୍ତ୍ତମାନ ରାଜ୍ୟରେ କରୋନା ପରସ୍ଥିତି ସାମାନ୍ୟ ରହିଥିବାରୁ ଏମ୍ସରୁ କଟକଣା ପ୍ରତ୍ୟାହାର କରାଯାଇଛି । ଆସନ୍ତା ୭ ତାରିଖରୁ ଏମ୍ସରେ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣାପଡିଛି ।

ସେହିପରି ଟେଲି ମେଡିସିନ ବ୍ୟବସ୍ଥା ଜରିଆରେ କଲ କରି ମେଡିସିନ୍ ସଂକ୍ରାନ୍ତରେ ବୁଝି ହେବ । ଅନ୍ୟ ଦିନ ମାନଙ୍କରେ ୯-୫ ଏହି ସେବା ମିଳିବ ମାତ୍ର ଶନିବାର ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ । ସେହିପରି ସ୍ୱାସ୍ଥ୍ୟ ଆପ୍ ଜରିଆରେ ଦିନ ୮.୩୦ରୁ ପଞ୍ଜୀକରଣ କରିହେବ । ସୋମବାରରୁ ଶୁକ୍ରବାର ଅପରାହ୍ନ ୫ଟା ଯାଏଁ ପଞ୍ଜୀକରଣ ହେଉଥିବା ବେଳେ ଶନିବାର ଦିନ ଦିନ ଗୋଟାଏ ପର୍ଯ୍ୟନ୍ତ ପଞ୍ଜୀକରଣ କରାଯିବ ।

Get real time updates directly on you device, subscribe now.