fbpx

ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନସି୍‌: ସେମିରେ ସିନ୍ଧୁ, ପଦକ ପାଇଁ ଜାପାନର ଆକାନେ ୟାମାଗୁଚିଙ୍କ ବିରୋଧର ଲଢ଼େଇ

AAKASH

ମାନିଲା(ଫିଲିାଇନ୍ସ): ଡବଲ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ବିଜୟ ଅଭିଯାନ ଜାରି ରଖି ଏଠାରେ ଚାଲିଥିବା ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ ସହିତ ଯେ କୌଣସି ପଦକ ହାସଲ ନିଶ୍ଚିତ କରିଛନ୍ତି । ଶୁକ୍ରବାର ଦିନ ଅନୁଷ୍ଠିତ କ୍ୱାର୍ଟରଫାଇନାଲ ମ୍ୟାଚରେ ଚୀନର ବିଙ୍ଗ ଜିଆଓଙ୍କୁ ୨୧-୯,୧୩- ୨୧, ୨୧-୯ରେ ପରାସ୍ତ କରିଛନ୍ତି । ଏହି ବିଜୟ ହାସଲ ପାଇଁ ସିନ୍ଧୁ ୧ ଘଣ୍ଟା ୧୬ ମିନିଟ ଧରି ଲଢ଼େଇ କରିବାକୁ ପଡିଥିଲା ।

ସୂଚନା ଯୋଗ୍ୟ ଯେ ୨୦୧୪ ଏସିଆନ ବ୍ୟାଡମିଣ୍ଟନ ଚାମ୍ପିଅନଶିରେ ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ । କରୋନା ଯୋଗୁଁ ଗତ ଦୁଇ ବର୍ଷଧରି ଏହି ଚାମ୍ପିଅନଶିପ୍ ଅନୁଷ୍ଠିତ ହୋଇ ପାରି ନ ଥିଲା । ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବେଳେ ସିନ୍ଧୁ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି । ମାତ୍ର ସେମିଫାଇନାଲରେ ସିନ୍ଧୁ କଡା ଚାଲେଞ୍ଜର ସମ୍ମୁଖୀନ ହେବେ । କାରଣ ସେମିଫାଇନାଲରେ ସେ ଟପ୍‌ ସିଡେଡ୍‌ ଜାପାନର ଆକାନେ ୟାମାଗୁଚିଙ୍କ ବିରୋଧରେ ଲଢ଼େଇ କରିବାକୁ ପଡିବ । ଚଳିତ ବର୍ଷ ସୟଦ ମୋଦି ଇଣ୍ଟରନ୍ୟାସନାଲ ଓ ସୁଇସ ଓପନ ଟାଇଟଲ ହାସଲ କରିଥିବା ସିନ୍ଧୁ କୋରିଆ ଓପନରେ ୟାମାଗୁଚିଙ୍କ ଠାରୁ ହାରି ପଦକ ହାସଲରୁ ବଞ୍ଚିତ ହୋଇଥିଲେ । ତେଣୁ ସେମିଫାଇନାଲରେ ୟାମାଗୁଚିଙ୍କ ବିରୋଧରେ ସିନ୍ଧୁ ଜୋରଦାର ଲଢ଼େଇ କରିବାକୁ ପଡିବ ।

ସୂଚନା ଯୋଗ୍ୟ ଯେ ପୂର୍ବରୁ ଭାରତର ଅନ୍ୟ ଦୁଇ ପ୍ରମୁଖ ଖେଳାଳି ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତ ଚଳିତ ଏସିଆ ଚାମ୍ପିଅନଶି ର କ୍ୱାର୍ଟରଫାଇନାଲ ମ୍ୟାଚରେ ପରାଜୟ ସ୍ୱିକାର କରି ବିଦାୟ ନେଇଛନ୍ତି ।

Get real time updates directly on you device, subscribe now.