fbpx

ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର ଦ୍ୱାର, ପ୍ରଥମ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ନୂଆଦିଲ୍ଲୀ: ଆଜି ଖୋଲିଲା ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ଧାମର ଦ୍ୱାର । ମେ ୧୦ରେ ବାବା କେଦାରନାଥ, ଜମୁନୋତ୍ରୀ ଏବଂ ଗଙ୍ଗୋତ୍ରୀଙ୍କ ଦ୍ୱାର ଖୋଲାଯିବା ପରେ ଆଜି ସକାଳ ୬ଟାରେ ଭକ୍ତଙ୍କ ପାଇଁ ଖୋଲାଯାଇଛି ବଦ୍ରିନାଥ ଧାମର ଦ୍ୱାର । ସମସ୍ତ ବିଧି ବିଧାନ, ବୈଦିକ ମନ୍ତ୍ରୋଚ୍ଚାରଣ ଓ ବଦ୍ରି ବିଶାଳ ଲାଲଙ୍କ ଜୟ ନାରା ସହ ଦୀର୍ଘ ୬ ମାସ ପରେ ବଦ୍ରିନାଥ ଧାମର ଦ୍ୱାର ଖୋଲାଯାଇଥିଲା । ପ୍ରାୟ ୧୫ କ୍ୱିଣ୍ଟାଲ ଫୁଲରେ ଏହି ମନ୍ଦିରକୁ ସଜା ଯାଇଛି । ଏହି ଭବ୍ୟ ସାଜସଜ୍ଜାର ଦୃଶ୍ୟ ଅତ୍ୟନ୍ତ ମନମୋହକ । ଆଜି ବଦ୍ରିନାଥ ଧାମର ଦ୍ୱାର ଖୋଲାଯିବା ଅବସରରେ ଅଖଣ୍ଡ ଜ୍ୟୋତିର ଦର୍ଶନ ଲାଭ ପାଇଁ ଅନେକ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏନେଇ ଏଏନଆଇ ‘ଏକ୍ସ’ଏକ ଭିଡ଼ିଓ ଶେୟାର କରିଛି ।

ଚାରିଟି ଧାମର ଯାତ୍ରା ଆରମ୍ଭ ହୋଇଯାଇଛି ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ମେ ୧୨ରେ କେଦାରନାଥଙ୍କ ଦ୍ୱାର ଖୋଲାଯିବା ନେଇ ୫ ହଜାରରୁ ଉଦ୍ଧ୍ୱର୍ ତୀର୍ଥଯାତ୍ରୀଙ୍କ ସମାଗମ ଦେଖିବାକୁ ମିଳିଛି । କହିରଖୁଛୁ ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାକୁ ଶୁଭ ବୋଲି ବିବେଚିତ କରାଯାଇଛି ଏବଂ ଏହି ଦିନ ଠାରୁ ୪ ଧାମର ଯାତ୍ରା ଆରମ୍ଭ ହୋଇଥାଏ । ତେଣୁ ଚାରି ଧାମ ଯାତ୍ରା ଯିବା ପୂର୍ବରୁ ସମସ୍ତ ଭକ୍ତଙ୍କୁ ଅନଲାଇନ୍ ପଞ୍ଜିକରଣ କରିବା ପାଇଁ ନିବେଦନ କରାଯାଇଛି । । ଅଫିସିଆଲ ୱେବସାଇଟ୍ registrationandtouristcare.uk.gov.in କିମ୍ବା touristcareuttarakhand ମାଧ୍ୟମରେ ଅନଲାଇନ୍ ପଞ୍ଜିକରଣ କରିପାରିବେ ଏବଂ ଋଷିକେଶରେ ଅଫଲାଇନ୍ ପଞ୍ଜିକରଣର ସୁବିଧା ରହିଛି ।

Get real time updates directly on you device, subscribe now.