fbpx
BJD SKY
BJD SKY

ବାହାନଗା ଷ୍ଟେସନକୁ କରାଯିବ ନବୀକରଣ: ନୂଆ ପ୍ରକଳ୍ପରେ ବଦଳିଯିବ ଷ୍ଟେସନର ସମ୍ପୂର୍ଣ୍ଣ ରୂପରେଖ

BJD

ବାଲେଶ୍ୱର: ଆଉ ମାତ୍ର ୬ କି ୭ ମାସ, ତା’ ପରେ ବଦଳିଯିବ ବାହାନଗା ଷ୍ଟେସନର ସମ୍ପୂର୍ଣ୍ଣ ଚେହେରା । ଦୁର୍ଘଟଣା ପରେ ଏବେ ଏହି ଷ୍ଟେସନର କରାଯିବ ନବୀକରଣ । ପୁଣିଥରେ ଅପଡେଟ ହେବ ବାହାନଗା ରେଳ ଷ୍ଟେସନ । ରିଲେ ରୁମରୁ ଆରମ୍ଭ କରି ସିଗନାଲିଂ ସିଷ୍ଟମ ପର୍ଯ୍ୟନ୍ତ ସବୁ କିଛି ନୂଆ ଏବଂ ଆଧୁନିକୀକରଣ କରାଯିବ । ଷ୍ଟେସନର ସବୁ ଯନ୍ତ୍ରପାତି ବଦଳାଯାଇ ନୂଆ ଯନ୍ତ୍ରପାତି ଲାଗିବ ବୋଲି ପଦକ୍ଷେପ ନିଆଯାଉଛି । ଏ ନେଇ ଦକ୍ଷିଣ ଅନୀଲ କୁମାର ମିଶ୍ରା ସୂଚନା ଦେଇଛନ୍ତି ।

ବାଲେଶ୍ୱର ବାହାନଗା ବଜାର ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଯିବା ପରେ ଏବେ ପ୍ରଶାସନ ଏହାର ସୁରକ୍ଷା ବ୍ୟବସ୍ଥାକୁ ନେଇ ତତ୍ପର ହୋଇଉଠିଛି । ତେଣୁ ବାହାନଗା ଷ୍ଟେସନକୁ ପୁଣିଥରେ ନୂଆ ରୂପ ଦେବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ବାହାନଗା ଷ୍ଟେସନକୁ ପୁଣିଥରେ ନବୀକରଣ କରାଯାଇ ଏହାର ସମ୍ପୂର୍ଣ୍ଣ ରୂପରେଖ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ଶ୍ରୀ ମିଶ୍ରା । ଷ୍ଟେସନକୁ ନବୀକରଣ କରାଯିବା ସହ ଆଧୁନିକୀକରଣ ମଧ୍ୟ କରାଯିବ । ୨୦୦୩ରେ ପ୍ରସ୍ତୁତ ହୋଇଥିବା ବାହାନଗା ଷ୍ଟେସନର ସମସ୍ତ ଯନ୍ତ୍ରପାତି ଏବେ ପୁରୁଣା ହୋଇ ଆସିଲାଣି । କାରଣ ରେଲୱେରେ ସମସ୍ତ ଯନ୍ତ୍ରପାତିର ଆୟୁଷ ସର୍ବାଧିକ ୨୫ ବର୍ଷ ହୋଇଥାଏ । ତେବେ ଏହି ଷ୍ଟେସନରେ ସମସ୍ତ ଯନ୍ତ୍ରପାତି ୨୦ ବର୍ଷ ଅତିକ୍ରମ କରି ସାରିଲାଣି । ତେଣୁ ଏହା ଧିରେ ଧିରେ ଖରାପ ହେବାକୁ ବସିଛି । ସେଥିପାଇଁ ଷ୍ଟେସନର ଯନ୍ତ୍ରପାତିଗୁଡିକୁ ପରିବର୍ତ୍ତନ କରି ନୂଆ ଲଗାଇବା ପାଇଁ ପଦକ୍ଷେପ ନିଆଯାଉଛି ।

ସୂଚନା ଅନୁସାରେ, ବାହାନଗା ରେଳ ଷ୍ଟେସନର ନବୀକରଣ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ । ତେବେ ଆସନ୍ତା ୬-୭ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଷ୍ଟେସନର ରିଲେ ରୁମରୁ ଆରମ୍ଭ କରି ସିଗନାଲିଂ ସିଷ୍ଟମ ପର୍ଯ୍ୟନ୍ତ, ସବୁ କିଛି ନୂଆ ଏବଂ ଆଧୁନିକ ଉପାୟରେ ପ୍ରସ୍ତୁତ କରାଯିବ । ଏହାପରେ ବାହାନଗା ଷ୍ଟେସନ ଆଉ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ । ଏ ନେଇ ଜିଏମ ଅନୀଲ କୁମାର ମିଶ୍ରା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.