fbpx

ଅବୈଧ ସମ୍ପର୍କ ପାଇଁ ପୁଅକୁ ମାରିଲା ମା’: ପ୍ରେମୀ ସହ ସମ୍ଭୋଗ ବେଳେ ଦେଖି ଦେଇଥିଲା କୁନି ପୁଅ

ନୂଆଦିଲ୍ଲୀ: ଗୋଟିଏ ପିଲା ପାଇଁ ତା’ ମାଆର କୋଳ ସବୁଠାରୁ ସୁରକ୍ଷିତ ଜାଗା ବୋଲି କୁହାଯାଏ । କିନ୍ତୁ ଏବେ ସାମନାକୁ ଆସିଥିବା ଏକ ଖବର ସମସ୍ତଙ୍କ ଛାତିକୁ ଥରାଇ ଦେଇଛି । ଆଠ ବର୍ଷର କୁନିପୁଅକୁ ମାରି ଦେଇଛି ନିର୍ଦ୍ଦୟୀ ମା’ । ଥରେ ନୁହେଁ, ଦୁଇଥର ପୁଅକୁ ମାରିବା ପାଇଁ ବ୍ୟବସ୍ଥା କରି ଶେଷରେ ପିଲାଟିର ଜୀବନ ନେଇଯାଇଛି । ତେବେ ଏହି ମହିଳା ଜଣକ ଅନ୍ୟ ପୁରୁଷଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳ ପିଲାଟି ଦେଖି ଦେଇଥିବାରୁ ଆଜି ତାକୁ ପ୍ରାଣବଳି ଦେବାକୁ ପଡିଛି । ସବୁଠୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ନିଜ ମା’ ହିଁ ପିଲାଟିର ଜୀବନ ନେଇ ହତ୍ୟା କରିଛି ।

ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀର ନୋଏଡା ଅଞ୍ଚଳରେ । ଜଣେ ମହିଳା ନିଜ ପ୍ରେମିକଙ୍କ ସହ ଅବୈଧ ଶାରୀରିକ ସମ୍ଭୋଗରେ ବ୍ୟସ୍ତ ଥିବା ବେଳେ ତାଙ୍କ ଆଠ ବର୍ଷର କୁନିପୁଅ ଏସବୁ ଦେଖି ନେଇଥିଲା । ଏହାପରେ ପ୍ରେମିକ ସହ ମିଶି ପିଲାଟିକୁ ନିର୍ମମ ଭାବରେ ହତ୍ୟୃା କରାଯାଇଛି । ଭୂରି ନାମକ ଏହି ମହିଳା ପ୍ରଥମେ ପିଲାଟିକୁ ବିଷ ଦେଇ ମାରି ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ପିଲାଟି ବଞ୍ଚିଯିବାରୁ ତାକୁ ପାଣିରେ ବୁଡ଼ାଇ ହତ୍ୟା କରିଛନ୍ତି ମା’ ଓ ତାଙ୍କର ପ୍ରେମିକ । ତେବେ ବାପା କଲ୍ୟାଣ ଅଙ୍କିତର ନିଖୋଜ ମାମଲା ନେଇ ପୋଲିସକୁ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରିବାରୁ ଅଙ୍କିତର ମୃତଦେହ ଠାବ କରାଯାଇଥିଲା ।

ପିଲାଟିର ଶବ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ଉଠାଇଛନ୍ତି ପୋଲିସ ଉପାୟୁକ୍ତ ଅନୀଲ କୁମାର ଯାଦବ । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ଅଙ୍କିତକୁ ପ୍ରଥମେ ବିଷ ଦିଆଯାଇ ମାରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏହି ଚେଷ୍ଟାରେ ଫେଲ ମାରିବାକୁ ପିଲାଟିକୁ ପାଣି ଭିତରେ ବୁଡାଇ ମାରି ଦେଇଛି ନିର୍ଦ୍ଦୟୀ ମା’ । ତେବେ ହତ୍ୟା ମାମଲାରେ ଅଙ୍କିତର ମା’ ଭୂରି ସମେତ ଦାଦା ମାନକ, ପେମିକ ଓମପାଲ ତଥା ଜଣେ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବାଦଲପୁର ପୋଲିସ ।

Get real time updates directly on you device, subscribe now.