fbpx

ଜୁନ୍ ମାସରେ ଆକାଶ ଛୁଇଁଲା ଖାଦ୍ୟ ପଦାର୍ଥର ଦରଦାମ୍‌, ୪.୮୧% ରେ ଖୁଚୁରା ମୁଦ୍ରାସ୍ପିତି

ନୁଆଦିଲ୍ଲୀ: ଜୁନ୍ ମାସ ପାଇଁ ସରକାରଙ୍କ ପକ୍ଷରୁ ଖୁଚୁରା ମୁଦ୍ରାସ୍ପିତି ପ୍ରକାଶ ପାଇଛି । ଦେଶର ଅନେକ ସ୍ଥାନରେ ଜୁନ୍ ମାସରେ ପନିପରିବା ସାଙ୍ଗକୁ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥର ଦରଦାମ୍ ବୃଦ୍ଧି ପାଇବା ସହିତ ମୁଦ୍ରାସ୍ପତି ପୁଣି ଉପରକୁ ଉଠିଛି । ମେ ମାସରେ ଏହା ୪.୩% ଥିବା ବେଳେ ଜୁନ୍‌ରେ ୪.୮୧% ରେ ପହଞ୍ଚିଛି ।

ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମି ପ୍ରବେଶ କରିବା ସହିତ ବିଭିନ୍ନ ସ୍ଥାନରେ ବର୍ଷାପ୍ରଭାବରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଯେଉଁ କାରଣରୁ ପନିପରିବାର ଦାମ୍‌ରେ ଅହେତୁକ ବୃଦ୍ଧି ପାଇଥିଲା। ଫଳରେ ଜୁନ୍ ମାସରେ ଖାଦ୍ୟ ପଦାର୍ଥର ମହଙ୍ଗା ହାର ୪.୪୯% କୁ ବୃଦ୍ଧି ପାଇଛି। ଯେତେବେଳେ ଏହା ମେ ମାସ ୨୦୨୩ରେ ୨.୩୬% ରେ ଥିଲ। ତେବେ ଗତ ବର୍ଷ ଜୁନ୍ ମାସରେ ଖାଦ୍ୟ ପଦାର୍ଥର ମହଙ୍ଗା ହାର ୭.୭୫% ଥିଲା।

ଜୁନ୍ ମାସରେ ଡାଲିର ଦାମ୍ ୧୦.୫୩% ବୃଦ୍ଧି ପାଇଥିଲା । ଯେତେବେଳେ କି ଏହା ମେ ମାସରେ ୬.୫୬% ରହିଥିଲା । ମସଲା ଜାତୀୟ ଦ୍ରବ୍ୟର ମହଙ୍ଗା ହାର ଜୁନ୍ ମାସରେ ୧୯.୧୯ % ରହିଥିଲା । ସେହିଭଳି ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥର ଦାମ୍ ୮.୫୬ ପ୍ରତିଶତ ରହିଥିଲା । ସେହିଭଳି ଭାରତୀୟ ମାନଙ୍କର ମୁଖ୍ୟ ଖାଦ୍ୟ ଧାନ ଏବଂ ଗହମର ମହଙ୍ଗା ହାର ଜୁନ୍ ମାସରେ ୧୨.୭୧ % ରହିଥିଲା ।

Get real time updates directly on you device, subscribe now.