fbpx

ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ନେଇ ସିଲ ହେବ ପୁରୀର ସବୁ ପ୍ରବେଶ ପଥ

ପୁରୀ, ୩୦ା୬(ଓଡ଼ିଶା ଭାସ୍କର): ଆସନ୍ତାକାଲି ପୁରୀରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ନେଇ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ସମ୍ମିଳନୀରେ କହିଛନ୍ତି ଯେ ବାହୁଡ଼ାରେ ୪୦୦ ଅଫିସର ଓ ୭୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ଏଥି ସହିତ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବ । ଆଜି ରାତି ୧୦ଟାରୁ ଜୁଲାଇ ୨ ରାତି ୧୦ ଯାଏ କର୍ଫ୍ୟୁ ଲାଗୁ ରହିବ । ଲୋକଙ୍କୁ ବଡ଼ଦାଣ୍ଡକୁ ନ ଆସିବାକୁ ଅନୁରୋଧ କରିଛନ୍ତି ଏଡ଼ିଜି । ବାହାର ଲୋକଙ୍କୁ ଘରେ ନ ରଖିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୋଭିଡ଼ ନେଗଟିଭ ଥିବା ସେବାୟତ ହିଁ ରଥ ଟାଣିବେ । ରଥ ଚାରିପଟେ ଅତିରିକ୍ତ କର୍ଡ଼ନ ରହିବ ବୋଲି ଏଡ଼ିଜି କହିଛନ୍ତି ।

Get real time updates directly on you device, subscribe now.