fbpx

ଅମିର ଖାନଙ୍କ ଘରେ ପହଞ୍ଚିଲା କରୋନା, ଏବେ ମା’ଙ୍କ ପାଇଁ ଚାଲିଛି ପ୍ରାର୍ଥନା

ସାରା ଦେଶ ଏବେ କରୋନା କବଜାରେ ଥିବା ବେଳେ ଏଥିରୁ ବତ୍ତିନାହାନ୍ତି ବଲିଉଡ ଷ୍ଟାର । ନିକଟରେ ବହୁ କଳାକାରଙ୍କ ପରିବାର ଲୋକେ କରୋନାର ସଂସ୍ପର୍ଶରେ ଆସିଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ଆଉ ଜଷର ଅଭିନେତାଙ୍କ ପରିବାର । ବଲିଉଡର ଅଭିନେତା ଅମିର ଖାଁଙ୍କ କିଛି କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ସେ ନିଜ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅନ୍ୟ ଲୋକମାନଙ୍କର ବି କରୋନା ଟେଷ୍ଟ ହୋଇଛି, ଯାହାର ରିପୋର୍ଟ ନେଗେଟିଭ୍ ଆସିଛି ।

ଟ୍ୱିଟରରେ ଅମିତ ଲେଖିଛନ୍ତି ଯେ, ମୋର ଷ୍ଟାଫମାନଙ୍କ ମଧ୍ୟରୁ କିଛି ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ସେମାନଙ୍କୁ ତୁରନ୍ତ କ୍ୱାରେଣ୍ଟାଇନରେ ପଠାଯାଇଛି । ବିଏମସିର କର୍ମଚାରୀମାନେ ତାଙ୍କୁ ନେଇ କ୍ୱାରାଣ୍ଟାଇନରେ ରଖିବାର ସମସ୍ତ ବନ୍ଦୋବସ୍ତ କରିଛନ୍ତି । ଏଥିପାଇଁ ମୁଁ ବିଏସିକୁ ଧନ୍ୟବାଦ ଦେଉଛି ।’ ଏହା ସହ ତାଙ୍କର ଓ ତାଙ୍କ ପରିବାରର କରୋନା ପରୀକ୍ଷା ହୋଇଥିଲେ ମଧ୍ୟ ତାହା ନେଗେଟିଭ ଆସିଥିବା ଅମୀର କହିଛନ୍ତି । କେବଳ ତାଙ୍କ ମା’ଙ୍କ ପରୀକ୍ଷା ହେବା ବାକି ରହିଛି । ତାଙ୍କୁ ଆଜି ପରୀକ୍ଷା ପାଇଁ ନେଉଛନ୍ତି ବୋଲି ଅମୀର ସୂଚନା ଦେଇଛନ୍ତି । ମା’ଙ୍କ ରିପୋର୍ଟ ନେଗେଟିଭ୍ ଆସିବା ନେଇ ପ୍ରାର୍ଥନା କରୁଛନ୍ତି ଅମିର ।

ଗଣମାଧ୍ୟମ ସୂଚନା ଅନୁସାରେ ମୋଟ ୭ ଜଣ କର୍ମଚାରୀ କରୋନା ପଜିଟିଭ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ତାଙ୍କ ଡ୍ରାଇଭର ଓ ୨ ଜଣ ବଡିଗାର୍ଡ ସାମିଲ ଅଛନ୍ତିି । ମୁମ୍ବାଇର କୋକିିଲାବେନ ହସପିଟାଲରେ ଅମୀର ଓ ତାଙ୍କ ପରିବାରର କରୋନା ପରୀକ୍ଷା ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.